ପୃଷ୍ଠା:Sashi Sena.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚମ ଛାନ୍ଦ
୨୭
 

ବାଛି ଆଣିମା ଚାଲ ଦିବ୍ୟ ହୟେ ।
ଯାହା ଚଢ଼ିଲେ ନ ଥିବନି ଭୟେ । ୧୫ |
ୟେତେ ବୋଲି ତୋଟାପୁରୁଁ ବାହାର ।
ନିଶି ବୋଇଛି ଅଢ଼ାଇ ପହର । ୧୬ ।
ଯାଇ ପ୍ରବେଶ ହୋଇଲେ ତୁରିତ ।
ବାଜିପାଳେ ଶୋଇଛନ୍ତି ସମସ୍ତ । ୧୭ ।
ଦୁଇ ତୁରଙ୍ଗରାୟେ ପକ୍ଷିରାଜ ।
ସେହୁ ଶାଳରେ ହୋଇଛନ୍ତି ସଜ । ୧୮ ।
ଗଣ୍ଠି ମୁଠି ଦେଖିଣ ଫେଡ଼ି ଘୋଡା ।
ଖଣ୍ଡା ଆଗହୁଁ ହୋଇଅଛି ଭିଡା । ୧୯ ।
ଦୁର୍ଗା ସୁମରି ବେନି ହୟେ ଚଢ଼ି ।
ଆଉ ଅଶ୍ୱମାନଙ୍କୁ ଦେଲେ ଫେଡ଼ି । ୨୦।
ବାଜୀ କ୍ଷେତ୍ରପାଳ ଲାଗି ପ୍ରଚଣ୍ଡ ।
ଡେଇଁ ବୁଲନ୍ତି ସବୁ ହାଟ ଦାଣ୍ଡ । ୨୧ ।
ଅତି ହରଷେ କୁମର କୁମାରୀ ।
ୟେହୁ ଗୋଳରେ ଗଲେ ଖର କରି । ୨୨ |
ୟେଥୁଁ ବାଜିପାଳମାନେ ଚିଆଇଁ ।
ଅତି ଆରତେ ହୋଇ ଧୁଆଁ ଧୁଇଁ । ୨୩ ।
ବାଜୀ ଖୁରି କରିବାରେ ଚ‌ହଟ ।
ନଗ୍ରଜନେ ଶୁଣି ଅତି ଉଚ୍ଚାଟ । ୨୪ ।


୧୫। ହୟେ-ଘୋଡ଼ା ।୧୭। ବାଳିପାଳ----ଘୋଡ଼ା ରଖୁଆଳ। ୧୮। ତୁରଙ୍ଗରାୟେ -ଭାଲଘୋଡ଼ା ।୨୩। ଧୁଆଁ ଧୁଇଁ -ଦଉଡ଼ା ଦଉଡ଼ି । ୨୪ । ଖୁରି କରିବାରେ - ଦଉଡ଼ିବାବେଳେ ଘୋଡ଼ାର ଟାପୁଶବ୍ଦ ହେବାରୁ ।