ପୃଷ୍ଠା:Sashi Sena.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚମ ଛାନ୍ଦ
୨୯
 

ତୁ ମୋ ପ୍ରାଣରୁ ଅଧିକ ସୁମୁଖି ।
ଦଣ୍ଡେ ନ ଦେଖି ହୋଉଁଥାଇଁ ଦୁଖୀ । ୩୪ ।
ତୋର ଲପନ ଶରଦଚନ୍ଦ୍ରମା ।
ତନୁ ଶିରୀଷସୁକୁମାର ସୀମା । ୩୫ ।
ମୋର ଚକ୍ଷୁର ତୁ ଦିବ୍ୟପିତୁଳୀ ।
ଅନ୍ଧ କରିଣ କେଣେ ଗଲୁ ବାଳୀ । ୩୬ ।
ତୋର ନ କହି ସଖୀ ପ୍ରୀତି ମିତ
ଏକା ହୋଇଣ କେଣେ ଗଲୁ ମାତ । ୩୭ ।
ମୋର ସୁତ କୁମାରୀ ସବୁ ତୁହି ।
ତୋହୋ ବିନୁ ଦଣ୍ତେହେଁ ନ ବର୍ତ୍ତଇ । ୩୮ ।
ବ୍ୟାଘ୍ର ରୂପ ଧରି ଧାତା ଅଇଲା ।
କଉଁ ପାପେଣ ତୋତେ ନାଶ କଲା । ୩୯ ।
ୟେହୁ କ୍ରୋଧ ତାହାକୁ ହୋଉ ହେତୁ ।
ଲଭୁ କାଳେ ସେହୁ ଯେ ଅପମୃତ୍ୟୁ । ୪୦ |
ୟେତେ ବୋଲି ରାୟେ ହେଲେ ଅଚେତ ।
ତୋଳି କାମିନୀ କରନ୍ତି ସଚେତ । ୪୧ ।
ୟେଥୁ ପ୍ରଭାତ ହୋଇଲା ରଜନୀ ।
ଗୋଳ କଲେ ସେ ବାଜିପାଳ ପୁଣି । ୪୨ ।
ନିଶା କାଳେଣ ଅଶ୍ୱ ଉତୁରିଲେ ।
ରଜ୍ଜୁ ଛିଣ୍ଡାଇ ସର୍ବେ ପଳାଇଲେ । ୪୩ ।


୩୫। ଲପନ-ମୁହଁ । ତନୁ ଶିରୀଷ ସୁକୁମାର-ଦେହ ଶିରୀଷ ଫୁଲ ପରି କଅଁଳ ।