ପୃଷ୍ଠା:Sashi Sena.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଷଷ୍ଠ ଛାନ୍ଦ



ରାଗ-ବରାଡ଼ି ଆଷାଢ଼ ଶୁକ୍ଲବାଣୀ
ଶୁଣ ଗୋ ସଜନି ରଜନୀ କାଳେ ।
କୁମର କୁମାରୀ ଭବନୁଁ ଗଲେ ।
ପବନୁଁ ବେଗି ସେ ଚଳଇ ବାଜୀ ।
ଅନେକ ଦୂର ଗଲେ ରାଜ୍ୟ ତେଜି ।
ସେ ନିଶି ପ୍ରଭାତ
ମଳୟ ବହଇ ମନ୍ଦ ମରୁତ । ୧ ।
ତାମ୍ରଚୂଡ ଧୂନି ତମ ତୁଟିଲା ।
କୁମୁଦ ବିରସ, ପଦ୍ମ ଫୁଟିଲା ।
କୋକିଳ ଭାଷନ୍ତି ସୁସୁର ନାଦ ।
ଚକ୍ରବାକ ପକ୍ଷୀ ହୋୟେ ଆନନ୍ଦ ।
କମ୍ବୁ ସନ ଘନ;
ମଧୁ ଲୁବ୍ଧେ ଅଳି କୁସୁମ ବନ | ୨ |
ପ୍ରାଚୀ ଦିଗରେ ବିରଞ୍ଚ ଉଦୟେ ।
ଉନ୍ମିଦ୍ର କାମୀ ସୁଖେ ନିଦ୍ରା ହୋୟେ ।

ଛାଞ୍ଚ:Hr
୧। ଭବନୁ-ଘରୁ । ରଜନୀକାଳେ-ରାତିରେ । ବାଜୀ-ଘୋଡା । ମନ୍ଦମରୁତ-ଧୀର ପବନ ।
୨। ତାମ୍ରଚୂଡ ଧୁନି—କୁକୁଡ଼ାର ଡ଼ାକ । କୁମୁଦ--କଇଁ । କମ୍ବୁସନ-ଶଙ୍ଖଶବ୍ଦ । ମଧୁଲବ୍ଧେ -ମହୁଲୋଭରେ । ଅଳି ବନ-ଭଅଁର ଫୁଲ ବଣରେ ବୁଲେ ।
୩। ପ୍ରାଚୀଦିଗରେ -ପୂର୍ବ ଆକାଶରେ । ବିରଞ୍ଚି-ସୂର୍ଯ୍ୟ ଦେବତା । ଉନ୍ମିଦ୍ରକାମୀ - ।