ପୃଷ୍ଠା:Sashi Sena.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
୩୬
 

ପୁତ୍ରେ ନାଶ କଲେ,
ଆଜକୁ ବୋଲି ଗୋଟିୟେ ନ ଥିଲେ । ୧୫ ।
କୁମର ବୋଲଇ ଶୁଣ ବ୍ରାହ୍ମଣି
ୟେଠାରେ ୟେକା ଅଛ କିପାଁ ପୁଣି ।
ନଗ୍ର ଛାଡି ଘର କଲ ବନସ୍ତ ।
ଏଥିର ଚରିତ କହ କେମନ୍ତ ।
ମାୟା ନ ବରିବ,
ସତ୍ୟ ସ୍ୱରୂପ ବଚନ କହିବ । ୧୬ ।
ତାରାକ୍ଷୀ ବୋଲେ ଶୁଣ ସାବଧାନ ।
ଆମ୍ଭେ ଯେ ଅଟୁଁ ବିପ୍ର ମହାଜନ ।
ପିତାର ଦାନ ବୃତ୍ତି ପୁଣି ୟେହି । ’ ।
ସେ କାରଣେ ୟେଥି ଅଛଇ ରହି ।
ପୁତ୍ର ବନ୍ଧୁ ମୋର ,
ସେ ଯାଇ ଅଛନ୍ତି ଶଶୁର ଘର । ୧୭ ।
ସେ କାରଣେ ମୂଇଁ ଅଛଇ ୟେକା ।
ୟେବେ ତୁମ୍ଭଙ୍କୁ ମୁଁ ପାଇଲା ଶାଖା ।
ସକଳ ଦୁଖ ଆଜୁଁ ଗଲା ଦୂର ।
ପବିତ୍ର ହୋଇଲା ମନ୍ଦିର ମୋର |
ତୁମ୍ଭେ ବେନି ଜନ,
ସୁଜନ ଦର୍ଶନେ ଅନେକ ପୁଣ୍ୟ । ୧୮ ।
ଅନେକ ପ୍ରକାରେ ବିନୟ ବାଣୀ ।
କହଇ ଚାଟୁ କରି ରାକ୍ଷାସୁଣୀ ।