ପୃଷ୍ଠା:Sashi Sena.pdf/୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮
ଶଶିସେଣା
 

ଆମ୍ଭେ ଯେ ଅଟୁ ପବିତ୍ର ବ୍ରାହ୍ମଣ ।
ଆମ୍ଭର ଘରେ କରିବା ଭୋଜନ ।
ଆଜ୍ଞା ଦେବ ଯେବେ,
ମୋଣୋହି ସଞ୍ଚା ଭିଆଇବି ତେବେ । ୧୯ |
କୁମର ବୋଲଇ ନୋହେ ଉଚିତ ।
ଆମ୍ଭେ ଯେ ଅଟୁଁ କ୍ଷତ୍ରିକୁଳେ ଜାତ ।
ତୁମ୍ଭର କୁଳ ଗୋତ୍ର ଜାଣୁ ନାହି ।
କେମନ୍ତେ କରି କରିବା ମୋଣୋହି ।
ୟେହା ଯହୁଁ ଶୁଣି,
ପୁଣ ହିଁ ବୋଲଇ ମାୟା ବ୍ରାହ୍ମଣୀ । ୨୦।
ଯାହା କହିଲି ୟେ କଥା ପ୍ରମାଣ ।
ତୁମ୍ଭେ ବିବେକ ଅଟ ବଡ଼ଜନ ।
ନ ଜାଣିଲା ଦ୍ୱିଜେ ଓଳଗ ନାହିଁ ।
ୟେ କଥା ଆମ୍ଭ ବେଦେ ଅଛି କହି ।
ନ ଧରସି ଆନ,
ଜାଣି ନ ଜାଣି ବୋଇଲୁ ୟେମାନ । ୨୧ ।
ୟେତେ ବୋଲି ଘର ଭିତରେ ଯାଇ ।
ରନ୍ଧନ ବିଧି ସଞ୍ଚା ଆଣି ଦେଇ ।
ଠାବ ଖଣ୍ଡିୟେ ସଂସକାର କଲା ।
କାଠ ଅନଳ ସବୁ ଆଣି ଦେଲା ।


୨୧। ଓଳଗ - ଦଣ୍ତବତ ।୨୨। ଅନଳ- ନିଆଁ ।