ପୃଷ୍ଠା:Sashi Sena.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୨
ଶଶିସେଣା
 

ଅଶ୍ୱ ଉପରୁଁ ସେ ପଢ଼ିଲା ଢ଼ଳି ।
ଅଇରି ସଙ୍ଘାରି ଉତୁରି ବାଳୀ ।
ବାନ୍ଧି ହୟ ବେନି,
କାରୁଣ କରେ କୁମରକୁ ଘେନି । ୩୩।
ଜୟ ଜଗନ୍ନାଥ ଅନାଥବନ୍ଧୁ ।
ଶରଣପଞ୍ଜର କରୁଣାସିନ୍ଧୁ ।
ଭଗତ ଜନମାନଙ୍କର ହିତେ ।
ବିଜୟେ ପ୍ରଭୁ ନନ୍ଦିଘୋଷ ରଥେ ।
ଦେଖ ନରେ ଆସି,
ପରତାପ ରାୟେ ଶରଣ ପଶି । ୩୪ ।
୩୪-୩|୪-ଭଗତଜନ ନିସ୍ତାରିବା ଅନ୍ତେ । ଶଙ୍ଖ ଚକ୍ର ଗଦା ବୋହ ଶ୍ରୀହସ୍ତେ (ଖ,ଗ) ।