ପୃଷ୍ଠା:Sashi Sena.pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତମ ଛାନ୍ଦ

ରାଗ ଶୋକ ବରାଡ଼ି (ଇଚ୍ଛାବତୀ ବାଣୀରେ ଗାଇବ)
ରାମା ବଲ୍ଲଭ ନିଧନ ଦେଖି । ଶୋକଭରେ ହୋୟେ ଗରୁ ଦୁଖୀ ।
ସରୋଜ ନୟନୁଁ ବହଇ ଲୋତକ ।
ସେ ଯେ ରୋଦଇ ଯେହ୍ନେ ନିର୍ମାକ୍ଷୀ । ହେ ଦଇବ । ୧ ।
ଏ ଯେ ସହଜେ ବନ ଭିତର । ଦୁଜେ ନିଶି ହୋୟେ ଅନ୍ଧକାର ।
ଚଉପାଶକୁ ସେ ଚାହିଁଣ ଆକୁଳ ।
କ୍ରୋଧେ ସୁମରଇ ଚକ୍ରଧର । ହେ ଦଇବ ।୨ ।
ୟେଥେ ସଖା ବନ୍ଧୁ କେହି ନାହିଁ । ସର୍ବ ତେଜିଲି ତୁମ୍ଭର ପାଇଁ ।
ବନସ୍ତେ ମୋତେ ତ ଅନାସ୍ତ କରିଣ ।
ଏଥେଁ ଶୋଇଲ ମଉନ ହୋଇ । ହେ କୁମର । ୩ ।
ମୁଁ ବୋଇଲି, ନ ରଖ ଅଇରି । ତୁମ୍ଭେ ନ ମାଇଲ ଦୟା କରି ।
କାଳେ ସେ ତୁମ୍ଭଙ୍କୁ ବିନାଶ କରିଣ ।
ମୋତେ ନେଉଥିଲା ସେହୁ ହରି । ହେ କୁମର । ୪ ।
ତୋର ସୁକୁମାର କାୟେ ଗୋଟି । ସେହୁ ମହୀରେଣ ୟେବେ ଲୋଟି ।
ନିଲଜ୍ଜ ଆତ୍ମା ମୋ ଏହା ସେ ଦେଖୁଛି ।
କିପାଁ ନ ଯାଇ ମୂର୍ଦ୍ଧନା ଫାଟି । ହେ କୁମର । ୫ ।

୨-୧-ଏ ଯେ ଗହନ ବନ ଭିତର (ଖ) ।


୧। ବଲ୍ଲଭ - ସ୍ୱାମୀ । ସରୋଜ ନୟନ - ପଦ୍ମ ଭଳିଆ ସୁନ୍ଦର ଆଖିରୁ ।