ପୃଷ୍ଠା:Sashi Sena.pdf/୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୪
ଶଶିସେଣା
 

ତେଣୁ କଲଇଁ ମୁଁ ତାକୁ ନାଶ । ସେ କାରଣେ କି କରିଛି ରୋଷ ।
ଚରଣ ଧରି ମୁଁ ବିନତି କରୁଛି ।
କ୍ଷମାକର ହେ ବାମାର ଦୋଷ । ହେ କୁମର ।୬।
ଯହୁଁ ତାହାର ହିଁ ଜ୍ଞାନ-ନାହିଁ । ଚାଟୁ ଅଜୀବ କାହିଁ ଶୁଣଇ ।
କ୍ଷଣ କ୍ଷଣକେ ମୂର୍ଚ୍ଛାଗତ ହୋଅଇ ।
କ୍ଷଣ କ୍ଷଣକେ ଚେତନା ପାଇ । ସେ ମାନିନୀ । ୭ ।
ଆହା ପ୍ରାଣର ନାଥ ମୋହୋର । କେତେ ସୁମରିବି ଗୁଣ ତୋର ।
ଲାବଣ୍ୟ ଚାହାଁଣି ମଧୁରସ ବାଣୀ ।
ତୋର ନିଦେଶ ତ ପିକସ୍ୱର । ହେ କୁମର । ୯ ।
ମୋର ବିଧବା ଲକ୍ଷଣ ନାହିଁ । ମୁନି ଅଛନ୍ତି ସମସ୍ତ କହି ।
ଅକାଳ ମୃତ୍ୟୁ କୁମରକୁ ହୋଇଲା ।
କଉଁ ଗୁରୁଜନ ଶାପ ପାଇ । ହେ ଦଇବ । ୯ ।
ନିଶି ହୋଇଲେଣ ଅବଶେଷ । ଦେହ ଦେବଇ ଅନଳେ ଝାସ ।
ଯାହା ବିହି ମୋର ଲିହିଛି ଲ‌ଲାଟେ ।
ଫଳବଟିକି ସେହୁ ଅବଶ୍ୟ । ହେ ଦଇବ । ୧୦।
ଶୁଣ ଏଥୁ ଅନନ୍ତରେ ପୁଣି । ଶିବ ଭବାନୀ ନିଶି ଭ୍ରମଣି ।
ଗମନ କରନ୍ତେ ଶ୍ରବଣେ ଶୁଣିଲେ ।
ସେ ଯେ ସୁନ୍ଦରୀ ବିଳାପ ବାଣୀ । ସେ ଦଇବ । ୧୧ ।


୬ । ବାମା—ସ୍ତ୍ରୀ । ୮। ନିଦେଶ-ଆଦେଶ ଦେଲା ବେଳେ କଣ୍ଠସ୍ୱର । ୧୧। ଶିବ ଭବାନୀ-ମହାଦେବ ଓ ପାର୍ବତୀ ।