ପୃଷ୍ଠା:Sashi Sena.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତମ ଛାନ୍ଦ
୪୫
 

ଉମା ବୋଲନ୍ତି ଶୁଣ ଈଶ୍ୱର । ପ୍ରଭୁ ଶୁଣିମା ବିନୟ ମୋର ।
କେବଣ ଯୁବତୀ ରୋଦନ କରୁଛି ।
ତାକୁ ଦେଖିବା ବିଜୟେ କର ହେ ଭୋ ନାଥ । ୧୨।
ହର ବୋଲନ୍ତି ପାର୍ନତୀ ଶୁଣ । ତୁମ୍ଭ ଯୁବତୀମାନଙ୍କ ଗୁଣ ।
ତାହାର ଦୁଖେ ସେ ରୋଦନ କରୁଛି । ।
ତାହା ଦେଖିଲେ କିସ କାରଣ ଗୋ ସୁନ୍ଦରି । ୧୩ ।
ପ୍ରଭୁ ନ ବୋଲ ଏସନ ବାଣୀ । ତୁମ୍ଭେ ସଚରାଚର କାରେଣି ।
ସ୍ତିରୀଙ୍କ ବେଦନା ସ୍ତିରୀ ସେ ଜାଣନ୍ତି ।
ତାକୁ ବୋଧ କେ କରିବ ପୁଣି ହେ ଭୋ ନାଥ । ୧୪ ।
ଦେବୀ ବିନୟ ବଚନ ଶୁଣି । ଦେବ ତୋଷ ହେଲେ ଶୂଳପାଣି ।
ଡ଼ିବି ଡ଼ିବି ଡ଼ମ୍ବରୁ ବଜାଇ ବିଜେ ।
ଯହିଁ ଅଛି ସେ ତରୁଣୀମଣି ସେ ଦଇବ । ୧୫ ।
ଦେଖି ପୁଚ୍ଛନ୍ତି ଜଗତମାତା । କି କେ ଏକାନ୍ତେ ବନେ ବନିତା ।
ନିଶି ଅର୍ଦ୍ଧମାନେ କରୁଛୁ ରୋଦନ ।
ଏବେ କହ ତୋ କେବଣ ଚିନ୍ତା ଗୋ ସୁନ୍ଦରି । ୧୬ ।
ଉମା ବଚନ ଶୁଣି ଯୁବତୀ । ଶିଘ୍ରେ ଚାହିଁଲାକ ଚଉକତି ।
ସୁଜାଣ ରାମା ସେ ଦେଖିଣ ଜାଣିଲା ।
କର ଯୋଡ଼ିଣ କରେ ବିନତି ସେ ଭୋ ମାତା । ୧୭ ।


୧୭ । ଉମା-ପାର୍ବତୀ ।