ପୃଷ୍ଠା:Sashi Sena.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଷ୍ଟମ ଛାନ୍ଦ
୫୩
 
ଅଷ୍ଟମ ଛାନ୍ଦ


ଭଲେ ସେ ଥାଆନ୍ତେ ଯେବେ ଲେଉଟି ଆସନ୍ତେ ତେବେ ।
ମୋ ବିନୁ ନିମିଷ ତାଙ୍କୁ ଯୁଗ ଅଶେଷ ।
ମାୟାରେ କେ ମୋହିଲା ଚିତ୍ତ,
ତେଣୁ ସେ ରହିଅଛନ୍ତି ଅଣଆୟତ୍ତ । ୧୬ ।
ତୁ ଦେବ ସ୍ତିରୀରତନ ସ୍ତିରୀଙ୍କର ଜାଣୁ ମନ ।
ମୋହୋର ବିନୟ ଘେନି ହୋଅ ପ୍ରସନ୍ନ
ଯିବ ମୋ କାମନୀ କାୟେ ହୋଇବି ପୁରୁଷ ପ୍ରାୟେ
କରିବି ନୃପତି ସେବା ପଶି ନଗ୍ରେଣ ।
କରିବି ଉପାୟେ ବହୃତ
ନିଶ୍ଚେ ଯେବେ ନ ଭେଟିବି ମରିବି ସତ । ୧୭ ।
ଯେବେ ମୁଁ ଭେଟିବି ନାହା ଶୁଣ ଦେବି ମହାମାୟା
ଦେବଇ ଲକ୍ଷେକ ବୋଦା ପୌଢ଼ୁଅ ଶତେ
କରିବି ବହୁତ ଯାତ ଶୀତଳ ଦେବି ବହୁତ
କୁମରକୁ ବାରେ ଭେଟ କରାଅ ମୋତେ ।
ଏ କଥାକୁ କଲେଣ ହେଳ
ନିଶ୍ଚୟେ ମରିବି ଦେବି ତୁମ୍ଭରି ଆଳ । ୧୮ ।
କାକୁସ୍ଥ ନିଷ୍ଠୁର ବାଣୀ ଶୁଣି ଦେବୀ ଠାକୁରାଣୀ
ଆଜ୍ଞା ଦେଲେ ହୋଉ ତୋର ପୁରୁଷ ଅଙ୍ଗ
ନୃପତିକି ସେବା କରି ବିଭା ହୋଅ ତା କୁମାରୀ
ତ‌ହୁଁ ଭେଟ ପାଇବୁ ତୋ ପୁରୁଷ ସଙ୍ଗ ।
ୟେତେ କ‌ହି ଚଳ ବହନ,
ୟେତେ କହି ଦେବୀ ହେଲେ ଅନ୍ତରଧାନ । ୧୯ ।