ପୃଷ୍ଠା:Sashi Sena.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜୟଦେବ ବାଣୀରେ (ଗ)
ମଦନେ ଶିଶୀ, ପ୍ରିୟାକୁ ଭାଷି
ଏଥୁ ଅନନ୍ତରେ ଶୁଣ ସୁକେଶି । ୧ ।
ରଜନୀ ଶେଷ ଦିବା ପ୍ରବେଶ
ଶଶିସେଣ। ବାଳୀ ପୁରୁଷ ବେଶ ।୨।
ଦୁର୍ଗା ସୁମରି ଚଳିଲା ନାରୀ
ପ୍ରବେଶ ହୋଇଲା କାମନ୍ତାପୁରୀ ।୩।
ତହିଁ ନରେନ୍ଦ୍ର ମାଧବ ଚନ୍ଦ୍ର
ମନ୍ତ୍ରୀର ନାମ ଅଟେ ଆଦିକନ୍ଦ । ୪ ।
ଜାତିରେ ଶ୍ରେଷ୍ଠ ଦ୍ୱିଜ ଗରିଷ୍ଠ
ପ୍ରଥମେ ତା ସଙ୍ଗେ ହୋଇଲା ଭେଟ । ୫ ।
ଦେଖିଣ ତୋଷ ହୋଇଲା ବଶ
ବୋଇଲା ବାବୁ ତୁମ୍ଭ ନାମ କିସ । ୬ ।
କାହା ତନୁଜ କେବଣ ରାଜ୍ୟ
ଏଥକୁ ଅଇଲ କେବଣ କାର୍ଯ୍ୟ । ୭ ।
ଏମନ୍ତ ଶୁଣି କୁମର ଭଣି
ନାମ ମୋହୋର ଶଶିଧର ପୁଣି । ୮।
ଅମରାବତୀ ରାଜ୍ୟରେ ସ୍ଥିତି


୧। ମଦନେ - କାମ‌ଭୋଳରେ । ଶଶୀ—ଶଶିସେଣା । ପ୍ରିୟାକୁ ଭାଷି-ଚାରୁବ୍ରହ୍ମ ନିଜର ସ୍ତ୍ରୀ ଇଚ୍ଛାବତୀକି କହ‌ନ୍ତି । ୭ । ତନୁଜ - ପୁଅ ।