ପୃଷ୍ଠା:Sashi Sena.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୬
ଶଶିସେଣା
 

ବିକ୍ରମ ରାୟେର ଅଟୁ ସନ୍ତ‌ତି । ୯ |
ଅଇଲୁ ୟେଥେଁ ସେବା ନିମନ୍ତେ
ନୃପତିକି ଭେଟ କରାଅ ମୋତେ । ୧୦ |
ସେ ମନ୍ତ୍ରିବର ବୁଦ୍ଧିସାଗର
ଜାଣିଲା ଜାତ ୟେ ବଡ କୁଳର । ୧୧ ।
ଗୁପତ ହୋଇ ଆସି ଅଛଇ
ରୂପ ଦେଖି ମନ ହୋଉଛି ମୋହି । ୧୨ ।
ଘେନି ସାଙ୍ଗର ଗଲା ନବର
ଭେଟ କରାଇଲା ନୃପତିବର ।୧୩ ।
ଛାମୁରେ କହି ଶାଢ଼ୀ ଦିଆଇ
ବର୍ତ୍ତନ ମନ୍ତ୍ରୀ କଲା ଆଜ୍ଞା ପାଇ । ୧୪ ।
ମେଲାଣି ହୋଇ ବସାରେ ଯାଇ
ମନ ଥାଇ ୟେକା କୁମର ତହିଁ । ୧୫ |
ସେହୁ ନଗରେ ଗଣ୍ଡାର ଡରେ
ବାଟ ନ ଚାଲନ୍ତି ଥାଉ ପହରେ ।୧୬।
ଗ୍ରାମରେ ପଶି ସନ୍ୟଙ୍କୁ ନାଶି ।
ମନୁଷ୍ୟ ମାରଇ ବଡ଼ ଭରସି । ୧୭ ।
ଭାଙ୍ଗିଲା ଦେଶ ଗଲେ ବିଦେଶ
ଗଣ୍ଡାର ଭୟେ ଉପୁଜିଲା ତ୍ରାସ । ୧୮ ।
ଶୁଣି ରାଜନ ବିସ୍ମୟ ମନ
ମନ୍ତ୍ରୀକି ରାଇ ବୋଲଇ ବଚନ । ୧୯ ।