ପୃଷ୍ଠା:Sashi Sena.pdf/୯୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନବମ ଛାନ୍ଦ
୫୭
 

ଗଣ୍ଡାର ଭୟେ କିସ ଉପାୟେ
ନଗ୍ର ଦେଶ ସବୁ ଊଜାଡ଼ ହୋୟେ । ୨୦ ।
ସେ ପାରୁ ଅବା ସତ୍ୟ କରିବା
ଗଣ୍ଡା ମାଇଲେ ଜେମା ଦେଇ ଦେବା । ୨୧ ।
ଦିଅ ଘୋଷଣ କଟକେ ପୁଣ
ସଜ ହୋଇ ବେଗେ ଆସନ୍ତୁ ସନ୍ୟ | ୨୨ |
ଗଣ୍ଡାକୁ ଲୋଡ଼ି ମାରିବା ବେଢ଼ି
ମାରି ନ ପାରିଲେ ଦେବା ଘଉଡ଼ି । ୨୩ |
ଆଜ୍ଞା ସେ ପାଇ ମନ୍ତ୍ରୀ ଚଳଇ
ଚତୁରଙ୍ଗ ବଳ ସାଜିଲା ତହିଁ ।୨୪।
ବିଜେ ରାଜନ ଗଜ ଆସନ
ମଙ୍ଗଳ ବିଧି ପଢ଼ନ୍ତି ବ୍ରାହ୍ମଣ । ୨୫ ।
ଚଳିଲେ ବଳ ଅତି ଗ‌ହଳ
ମୁଖରାବ ଧୁନି ସିନ୍ଧୁ ଉଛୁଳ । ୨୬ ।
ବନସ୍ତ ଗିରି ସମସ୍ତ ପୂରି
ବନ‌ଜୀବଙ୍କୁ ବାଜେ ହୁରି ଜୁରି । ୨୭ ।
ଗର୍ଜିଣ ଗଣ୍ଡା ଧାମେ ପ୍ରଚଣ୍ଡା
କିଞ୍ଚିତ ପଶି ମାରେ ହାତୀ ଘୋଡ଼ା । ୨୮ ।
ପଦାତି ଛାର କେତେ ମାତର
ରଥୀମାନେ ସବୁ ହୋଇଲେ ଚୂର । ୨୯ ।
ଭାଙ୍ଗିଲେ ସର୍ବ ହୋଇଲେ ଖର୍ବ
ଜଣେ ରହିବାକୁ ନୋହିଲେ ଗର୍ବ । ୩୦ ।