ପୃଷ୍ଠା:Semananka piladina.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


'ଆମର ସିଲଟ କଲମ ନଥିଲା'

ମୋର ଗୋସେଇଁ ବାପାଙ୍କର ଭାଇ ରଘୁନାଥ ପରିଜାଙ୍କ କଥା କହୁଚି । ତାଙ୍କର ସାନ ପୁଅ ସେପରି ଚତୁର ନଥିଲେ । ସେଥିପାଇଁ ସେ ଜଣେ ମାଟିବଂଶ ଅବଧାନଙ୍କୁ ଗ୍ରାମ୍ୟ ଶିକ୍ଷକ ରୂପେ ନିଯୁକ୍ତ କରି ଆମ ଘରେ ଗୋଟିଏ ପାଠଶାଳା ଖୋଲିଥିଲେ । ମୋର ଦାଦା, ମୁଁ ଓ ଗ୍ରାମର ବହୁ ପିଲା ଏହି ପାଠଶାଳାରେ ଯୋଗ ଦେଇଥିଲୁ । ଆମର କୌଣସି ସିଲଟ, କଲମ ନଥିଲା । ବାରଣ୍ଡା ଉପରେ ମୁଣ୍ଡା ଖଡ଼ିରେ ଲେଖି ଆମେ ଅକ୍ଷର ଶିକ୍ଷା କରୁଥିଲୁ । ଖଡ଼ିରେ ଗୋଟିଏ ଅକ୍ଷର ଲେଖି ତା' ଉପରେ ଥରକୁ ଥର ଖଡ଼ି ବୁଲେଇବା ଫଳରେ ଅକ୍ଷର ଆପେ

ସେମାନଙ୍କ ପିଲାଦିନ ୧୧