କରିଛି ।' ପୂଜାରୀ ଆମ ମୁହଁ ଉପରେ କୁହନ୍ତି, ଆମେ କିଛି କହୁନାହିଁ । ଚାକର ଯଦି ଠିକ୍ କାମ ନ କରିଛନ୍ତି ତ ବାପା ପଚାରନ୍ତି- 'ଏ କାମ କାହିଁକି ହୋଇନାହିଁ ?' ଚାକର କହିବେ, "ଦେଈ ଆଉ ଗୋଟିଏ କାମ କହିବାରୁ ଏଇଟା କରିନାହିଁ ।' ଏହିପରି ମିଛ କହି ସେମାନେ ଗାଳିରୁ ରକ୍ଷା ପାଆନ୍ତି ।
ପିଲାଦିନେ ମୁଁ ଭାରି ଖେଳପ୍ରିୟ ଥିଲି । କିନ୍ତୁ ଖେଳରେ ହାରିଲେ କାନ୍ଦି ପକାଏ । ବାପା ଛୁଟିଦିନେ ତାସ୍, ସତରଞ୍ଜ ବା କଉଡ଼ି ଖେଳିବାକୁ ବସିବେ । ବାପାଙ୍କ ସାଙ୍ଗରେ ଅପା ଓ ମା' ସାଙ୍ଗରେ ମୁଁ ରହେ । ଖେଳ ବେଳେ ଗୋଟିଏ ପାଛିଆରେ କମଳା, ଅଙ୍ଗୁର ପ୍ରଭୃତି ଫଳ ରଖାଯାଇଥିବ । ହାରିବା ଜିତିବା ତ ବାପାଙ୍କ ହାତରେ । ଦିନେ ଦିନେ ସେ ମୋତେ ହରାଇଦେଇ କହିବେ- 'ତୁ ଯଦି ନ କାନ୍ଦିବୁ ତେବେ ଫଳ ତୁ ଖାଇବୁ, ଯଦି କାନ୍ଦିବୁ ତେବେ ମୁଁ ଖାଇବି ।' ଦିନେ ଦିନେ ସେ ଜିତନ୍ତି ତ ମୋତେ ନ ଦେଇ ଫଳକୁ ଦେଖେଇ ଦେଖେଇ ବାପା ଓ ଅପା ଖାଆନ୍ତି । ଏମିତି କରି କରି ମୋ କାନ୍ଦିବା ଛଡ଼ାଇ ଦେଲେ ।
ମା' ରମାଦେବୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସାନଭାଇ ଗୋପାଳ ବଲ୍ଲଭ ଦାସଙ୍କ ଝିଅ ।
ତାଙ୍କ ଆତ୍ମଜୀବନୀ 'ଜୀବନ ପଥେ'ରୁ ଏହି ଅଧ୍ୟାୟ ଉଦ୍ଧୃତ ।
୨୦ ସେମାନଙ୍କ ପିଲାଦିନ