ପୃଷ୍ଠା:Semananka piladina.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


'ଏ ପିଲାକୁ ଚାନ୍ଦା କରି ପଢ଼ାଇବା'

ଠିକ୍‍ ପାଞ୍ଚ ବର୍ଷ ବୟସରେ ମୋର ବିଦ୍ୟାରମ୍ଭ ହୋଇଥିଲା । ସେତେବେଳେ ମୋର ଜେଜେବାପାଙ୍କର ଆଦେଶକ୍ରମେ ବୈଦିକ ରୀତି ଅନୁସାରେ କର୍ଣ୍ଣବେଧ ମଧ୍ୟ ହୋଇଥିଲା । ନରସିଂହ ମିଶ୍ର ନାମକ ଜଣେ ଶିକ୍ଷକ ମୋତେ ବର୍ଣ୍ଣବୋଧ ପଢ଼ାଇବାକୁ ଲାଗିଲେ । ଆମ ଗୃହର ଅଳ୍ପ ଦୂରରେ ଗୋଟିଏ ଉଚ୍ଚ ପ୍ରାଥମିକ ସ୍କୁଲ୍‍ (ଆଧୁନିକ ଶ୍ୟାମସୁନ୍ଦର ରାଜଗୁରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ)ରେ ମୋର ନାମ ଲେଖାହେଲା । ଶ୍ରୀ ନରସିଂହ ମିଶ୍ର ସେଇ ସ୍କୁଲ୍‍ର ଜଣେ ଶିକ୍ଷକ ଏବଂ ପ୍ରତ୍ୟହ ରାତି ଠିକ୍‍ ୭ଟା ବେଳେ ଆମ ଘରକୁ ଆସି ସେ


ସେମାନଙ୍କ ପିଲାଦିନ * ୨୧