ପୃଷ୍ଠା:Semananka piladina.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହୋଇଗଲା । ଚାଲିଲା ଗୀତ । କୁର୍ତ୍ତା ଖଣ୍ଡକ କାଢ଼ି ନିଆଁକୁ ଫୋପାଡ଼ି ଦେଲି । କିଛି ସମୟ ପରେ ଗେଞ୍ଜିଟି ଗଲା । 'ଲୁଗା ଖଣ୍ଡକ ବି ପକାଇ ଦିଅନ୍ତି । କିଏ ଖଣ୍ଡେ ଗାମୁଛା ଦିଅନ୍ତା କି' ବୋଲି ପାଟିରୁ ବାହାରିପଡ଼ିଲା । ଜଣେ କିଏ ଖଣ୍ଡେ ଖଦଡ଼ର ଚାଦର ମୋ କାନ୍ଧରେ ପକାଇଦେଲେ । ସେ ଖଣ୍ଡିକୁ ଲୁଙ୍ଗି ଭଳି ପିନ୍ଧିଦେଇ ମୋ ଧୋତି ଖଣ୍ଡିକ ପକାଇ ଦେଲି ହୁତ୍‍ହୁତ୍‍ ହୋଇ ଜଳୁିବା ନିଆଁ ଗଦାକୁ । ଟିକିଏ ପରେ ଖୋଜିଲି କିଏ ଚଦର ଦେଇଥିଲେ । ମାତ୍ର ତାଙ୍କୁ ପାଇଲି ନାହିଁ ।


ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ 'ଜ୍ଞାନମଣ୍ଡଳ' ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନ୍‍ଗୋଙ୍କ ଆତ୍ମଜୀବନୀ 'ଋଣ ପରିଶୋଧ'ରୁ ଉଦ୍ଧୃତ ।

୩୦ ସେମାନଙ୍କ ପିଲାଦିନ