ପୃଷ୍ଠା:Semananka piladina.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୁଇପଦ

ଆଜି ପରି ଏତେ ସୁଖ, ସୁବିଧାରେ ସେମାନେ ପଢ଼ିବାର ସୁଯୋଗ ପାଇ ନଥିଲେ । ସେମାନଙ୍କ ପିଲାଦିନେ ଘର ପାଖରେ ସ୍କୁଲ୍‍ ନଥିଲା କି ଦୂର ସ୍କୁଲ୍ ରେ ଯାଇ ପାଠ ପଢ଼ିବାକୁ ରାସ୍ତାଘାଟର ସୁବିଧା ନଥିଲା । ଆଜି ପରି ବିଜୁଳି ଆଲୁଅ, ଟେଲିଫୋନ୍‍, ଟିଭି, କମ୍ପ୍ୟୁଟର, ଇଣ୍ଟରନେଟ୍‍ ବି ନଥିଲା । ତ‌ଥାପି ସେମାନେ ପଢ଼ିଲେ, ବଡ଼ହେଲେ ଆଉ ବଡ଼ ମଣିଷ ହୋଇ ଓଡ଼ିଶାରେ ଓ ଦେଶ, ବିଦେଶରେ ନାଆଁ କଲେ । ସେମାନେ ନିଜକା, ନିଜ ନିଜର ପିଲାଦିନ କା ନିଜ ଆତ୍ମଜୀବନୀରେ ଲେଖିଯାଇଛନ୍ତି । ସେମାନଙ୍କର ସେଇସବୁ ଲେଖାରୁ କେତୋଟିକୁ ନେଇ ଏହି ପୁସ୍ତକର ପରିକଳ୍ପନା ।

ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କୁ ପଢ଼ିଲା ବେଳେ ଅନେକ ଦିନ ଉପାସ ରହିବାକୁ ପଡ଼ିିଲା । ଡକ୍ଟର ପ୍ରାଣକୃଷ୍ଣ ପରିଜା ପଢ଼ିଲା ବେଳେ ସିଲଟ, କଲମ ନଥିଲା । ମୁଣ୍ଡା ଖଡ଼ିରେ, ଘରର ମାଟି ଚଟାଣ ଉପରେ ସେ ଅକ୍ଷର ଲେଖା ଶିଖିିଲେ । ଜ୍ଞାନପୀଠ ବିଜେତା ଗୋପୀନା ମହାନ୍ତିଙ୍କୁ ଶୀତଦିନେ ହେଁସ ଘୋଡ଼ିହୋଇ ଶୋଇବାକୁ ପଡ଼ୁିଲା । ହାତରେ ସୂତାକାଟି, ଖଦଡ଼ଲୁଗା ବୁଣି, ବୁଲି ବୁଲି ବିକୁିଲେ ଡକ୍ଟର ଶ୍ରଦ୍ଧାକର ସୂପକାର । ତ‌ଥାପ ସେମାନେ ପାଠ ପଢ଼ିଲେ । ବଡ଼ ହୋଇ ନିଜ ନାଆଁକୁ ଓ ଓଡ଼ିଶାର ନାଆଁକୁ ଉଜ୍ଜ୍ୱଳ କଲେ ।

ସେଇମାନଙ୍କ ଭିତରୁ ଦଶଜଣଙ୍କ ପିଲା ଦିନର କଥାକୁ ନେଇ ଏ ବହି । ଯଦି ସେମାନେ ଏତେ ପ୍ରତିକୂଳ ପରିସ୍ଥିତିରେ ବି ଏତେ କା କରିପାରିଲେ, ଆଜି ଏତେ ସୁବିଧା, ସୁଯୋଗ ।ଇ ମଧ୍ୟ ଆମ ପିଲାଏ ସେମାନଙ୍କ ପରି ହୋଇ ନପାରିବେ କାହିଁକି ?

ଏ ବହିଟି ତେଣୁ ଆଜିର ପିଲାଙ୍କ ପାଇଁ । ପ୍ରବଳ ଇଚ୍ଛାଶକ୍ତି ିଲେ ସବୁ କିଛି ସମ୍ଭବ ହୁଏ । ଏ ବହି ପଢ଼ି ସେମାନେ ନିଜ ଜୀବନକୁ ସେହିପରି ଗଢ଼ିବାପାଇଁ କିଛି ପ୍ରେରଣା ପାଇପାରିବେ ବୋଲି ଆଶା କରୁଛି । ଆମ ଓଡ଼ିଶାର ଆହୁରି କିଛି ବଡ଼ମଣିଷଙ୍କର ପିଲାଦିନକୁ ନେଇ ଏପରି ଆହୁରି କେତୋଟି ବହି ମଧ୍ୟ ଆଗାମୀ ଦିନରେ ପ୍ରକାଶ କରିବାର ଯୋଜନା ରହିଛି ।

ଆଶା, ଆମର ଅନ୍ୟ ସବୁ ବହି ପରି ଏ ବହିଟି ମଧ୍ୟ ସମସ୍ତଙ୍କୁ ଭଲ ଲାଗିବ ।

ସୌମ୍ୟରଂଜନ ପଟ୍ଟନାୟକ