ପୃଷ୍ଠା:Semananka piladina.pdf/୩୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ବାଘ ଫାଗ କୁଆଡେ଼ ଗଲେଣି'

ପିଲାଦିନେ ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ମୁଁ ମାମା କୋଳରେ ଶୋଇପଡେ଼ । ମାମା ରଙ୍ଗବତୀ କନ୍ୟା କଥା, ରଜାପୁଅ କଥା, କଲରେଇ ବେଣ୍ଟ କଥା, ଜ୍ଞାନଦା ମାଲୁଣୀ କାକେତେ କାହାଣୀ କହେ ।

ଅଧ ରାତିରେ ମହାବଳ ବାଘ ଗର୍ଜନ ଶୁଣାଯାଏ ବେରେଣା ନଟାରୁ । କେବେକେବେ ଶୁଣାଯାଏ ଖୋରଧା ସହର ଉତ୍ତରପଟ, ବରୁଣେଇ ପାହାଡ଼ ଆଡ଼ୁ । ମାମା କହେ, ବାଘ ସେପଟ ଜଙ୍ଗଲରୁ ଏପଟ ଜଙ୍ଗଲକୁ ଆସୁଛି । ବାଘ ହେଣ୍ଟାଳ ଶୁଣାଯିବା ପରେ ମାଙ୍କଡ଼ମାନେ

ସେମାନଙ୍କ ପିଲାଦିନ ୩୧