ପୃଷ୍ଠା:Semananka piladina.pdf/୩୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଶୀତଦିନେ ହେଁସ ଘୋଡ଼ିହେଉ'

ବେଳେବେଳେ ଲାଗେ, ମୋର ଆଦ୍ୟ ମୁଁ ଦେଖିପାରେ । ଟିକିଏ ଲମ୍ବା, ସରୁ, ନାଲି ହୋଇ ଗୋଟିଏ ଉତିଆଣି ପିଲା, ହେଁସ ଉପରେ ପକା ହୋଇଥିବା କନା କତରା ଉପରେ ପଡ଼ି ପାଟି କରୁଛି ସେହି ଅବୋଧ୍ୟ ସେ ପୁରର ଭାଷାରେ, ସେ କି କାନ୍ଦଣା, କି ଉଲ୍ଲାସ, ଉଦ୍ଦେଶ୍ୟହୀନ କି ଉଦ୍ଦେଶ୍ୟପୂର୍ଣ୍ଣ ତା କିଏ ଜାଣେ! ମୋ ବୋଉର ମୁହଁ ମନେ ପଡ଼ୁଛି । ଗୋଲ ଆଉ ବଡ଼ ପୂରିଲ ପୂରିଲା; ଭୁବନେଶ୍ୱରର ଭୁବନେଶ୍ୱରୀ ଦେବୀ ମୂର୍ତ୍ତିି ପରି ଗଢ଼ଣ, ସେମିତି ବଳିଲା ବଳିଲା ଦେହ । ମନେପଡ଼ୁଛି, ତା' ନାକ, ଓଠ, ଆଖି, କପାଳ, ତା ନୋଥ,

୩୬ ସେମାନଙ୍କ ପିଲାଦିନ