ପୃଷ୍ଠା:Semananka piladina.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'

'ବୁଲି ବୁଲି ଖଦଡ଼ଲୁଗା ବିକୁ'

ଆମ ବଂଶରେ ଏକୋଇଶିଆ ହୁଏ ନାହିଁ । ତେଣୁ ନାମକରଣ ଓ ଅନ୍ନପ୍ରାଶନ ଏକା ସାଙ୍ଗରେ ହୁଏ । ମୋର ନାଆଁଟି ମୋର ଜେଜେବାପା ଓ ଜେଜେମାଆ ବାଛିିଥିବେ ବୋଲି ଅନୁମାନ କରେ । ମୋର ବଡ଼ବାପାମାନଙ୍କର ପୁଅମାନଙ୍କ ନାମ ଆଗରୁ ପ୍ରଭାକର, ନିରାକାର, ବଂଶୀଧର ହୋଇଥିଲା । ଶ୍ରଦ୍ଧାକର ନାମଟି ଖାଣ୍ଟି ସମ୍ବଲପୁରିଆ ନାମ । ଯେପରି ଦିବ୍ୟସିଂହ ନାମଟି ଖାଣ୍ଟି ପୁରିଆ ନାଆଁ, ଦଣ୍ଡପାଣି ଖାଣ୍ଟି ଗଞ୍ଜାମୀ ଓ ଲଡ଼ୁକେଶ୍ୱର ନାମ ନୟାଗଡ଼ ନିବାସୀର; ସେହିପରି ସମ୍ବଲପୁରିଆ ନାମଟି ଶ୍ରଦ୍ଧାକର ବୋଲି ଚିହ୍ନେଇ ଦିଏ ।

ସେମାନଙ୍କ ପିଲାଦିନ ୪୧