ପୃଷ୍ଠା:Semananka piladina.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
 ''ଆପଣ ଭାତ ଖାଆନ୍ତି ନା ସୁନା ?''

ଆମ ଘର ଅଳକା ନଈ କୂଳରେ । ଅଳକା ନଈ କାଠଯୋଡ଼ିର ଗୋଟିଏ ଆଡ଼ି ନଈ । ଦେବୀ ନଈ ଆମ ଘର ଦାଢ଼ରେ ଯାଇଛି । ଖରାଦିନେ ଅଳକା ନଈର ପାଣି ଲୁଣି ହୁଏ ଓ ବର୍ଷା ଦିନେ ପ୍ରବଳ ବଢ଼ି ଆସେ । ମୋର ଆଈମାନେ ଥଟ୍ଟା କରି ମୋତେ କହୁଥିଲେ ଯେ, ମୁଁ କୁଆଡେ ବଢ଼ି ବେଳେ ଗୋଟିଏ ମାଟି ହାଣ୍ଡି ଭିତରେ ଅଳକା ନଈରେ ଭାସି ଆସିିଥିଲି । ମୋ ବୋଉ ସେ ହାଣ୍ଡିଟିକୁ ଆଣି ଖୋଲି ଦେବାରୁ ମୋତେ ପାଇଗଲା । ଏକ ପକ୍ଷେ ଦେବୀ ନଈ, ଅନ୍ୟ ପକ୍ଷେ ଅଳକା ନଈ ପିଲା ଦିନେ ମୋତେ କେବଳ ବଢ଼ି ସହିତ ପରିଚୟ କରାଇ


୪୬ ସେମାନଙ୍କ ପିଲାଦିନ