ପୃଷ୍ଠା:Semananka piladina.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


'ପିଲାଦିନେ ପାଠଚୋର ଥିଲି'

ଏଇ ଘରେ ମୁଁ ଦିନେ ଭୂମିଷ୍ଠ ହୋଇଥିଲି । ମୋର ଜେଜୀ ମା' ଅର୍ଥାତ୍‍ ଗୋପୀନାଥ ମହାନ୍ତିଙ୍କ ସ୍ତ୍ରୀଙ୍କଠାରୁ ଶୁଣିଛି ମୁଁ ଭୂମିଷ୍ଠ ହେବା ପରେ କେତେ ଘଡ଼ି କୁଆଡେ଼ କାନ୍ଦିଲି ନାହିଁ । ପରିସ୍ରା ବି ହେଲା ନାହିଁ । କାନ୍ଦବୋବାଳି ପଡ଼ିଗଲା । ଜେଜୀମା' ମୋ କାନ ଢେର୍‍ ସମୟ ଧରି ଫୁଙ୍କିଲେ । ପାଟି ଆଁ କରି ଫୁଙ୍କୁଛନ୍ତି, ମୁଁ କୁଆଡେ଼ ହଠାତ୍‍ ଚର୍‍ଚର୍‍ କରି ତାଙ୍କ ପାଟି ଭିତରକୁ ମୂତିଦେଲି । କାନ୍ଦବୋବାଳି ଭୁଲି ଅନ୍ତୁଡ଼ି ଘରେ ଯେଉଁ ମାଇପେ ଥିଲେ, ସମସ୍ତେ ଖିଲି ଖିଲି ହସିଉଠି ବୁଢ଼ୀଙ୍କୁ ଚିଡେ଼ଇଲେ ।

ସେମାନଙ୍କ ପିଲାଦିନ ୫୧