କରିିଥିଲେ । ଏଣ୍ଟ୍ରାନ୍ସ ପାସ୍ କଲେ ଯେ ମନୁଷ୍ୟରେ ଗଣା ହୁଅନ୍ତି, ତାଙ୍କୁ ଦେଖିଲେ ଜଣାଯାଉଥିଲା । ତାଙ୍କ ଦ୍ୱାରେ ଶହ ଶହ ଲୋକ ରୁଣ୍ଡ ହୁଅନ୍ତି । ଦଶ ପଚାଶ ସରବରାକାର ତାଙ୍କ ପାଖେ ଯାଇ ଜୁଟନ୍ତି; ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଲୋକ ଚାହିଁ ରହିଥାଆନ୍ତି । ସେ ଖୋରଧା କଚେରିରେ କିରାଣି କାମରେ ରହିିଥିଲେ । ତାଙ୍କ ପଛକୁ ମୁଁ ମଧ୍ୟ ଆଉ ଜଣେ ହେଇ ବାହାରିବି ବୋଲି ମୋର ପୁରୀରେ ପଢ଼ିବାବେଳୁ ଅନେକେ ଧରିନେଇଥିଲେ । ସେଥିପାଇଁ ମୁଁ ଛୁଟିରେ ଘରକୁ ଗଲେ ବରାବର ଶୁଣେ, 'ଟିକିଏ ଦୟା ରଖିବଟି !'
କିନ୍ତୁ ଦୟା ରଖିବା ଅବସ୍ଥାକୁ ଯିବା ପୂର୍ବରୁ ମୋତେ ପ୍ରଥମେ ଚନ୍ଦ୍ରକୁ ହାତ ବଢ଼ାଇବାକୁ ପଡ଼ିଲା; ଅଥଚ ମୁଁ ଦେଖିଲି ଯେ ମୋ ହାତ ପାଉନାହିଁ । ସୁତରାଂ ମାସ ମାସ ଧରି ନୈରାଶ୍ୟ ଭାବରେ ଦିନେ ଆକାଶ କୟାଁ ଓ ଚିଲିକା ମାଛର ସଂଯୋଗ ଘଟିଲା । ମୁଁ ପୁରୀରେ ନାମ ଲେଖାଇବାକୁ ଗଲି । ମୁଁ ନିତି ଅସ୍ଥାୟୀ ମାଇନର ସ୍କୁଲ୍ରେ ଯାଇ ବସେ । ଦିନେ ଖୋରଧାର ତହସିଲଦାର ସ୍କୁଲ୍ ପରିଦର୍ଶନରେ ଗଲେ । ମୁଁ ଉଚ୍ଚ ବିଦ୍ୟାଳୟକୁ ପଢ଼ିବାକୁ ନଯାଇ ସେଠାରେ କାହିଁକି ଘୁଷୁରୁଛି, ସେ ପଚାରିଲେ । ଶିକ୍ଷକଙ୍କଠାରୁ ଉତ୍ତର ପାଇବା ପରେ ସେ ଟିକିଏ ଭାବି କହିଲେ, 'ଆଚ୍ଛା, ମୁଁ ତାର ବ୍ୟବସ୍ଥା କରିବି ।' ଯା ସମୟରେ ସେ ଗୋଟିଏ ବ୍ୟବସ୍ଥା କଲେ ମଧ୍ୟ । ରାମକୃଷ୍ଣ ବୋଷଙ୍କ ନିକଟକୁ ପୁରୀକୁ ମୋ ହାତରେ ଖଣ୍ଡିଏ ଚିଠି ଦେଲେ । ରାମକୃଷ୍ଣ ବୋଷ କଟକର ସେ ଯୁଗର ଖ୍ୟାତନାମା ଓକିଲ ହରିବଲ୍ଲଭ ବୋଷଙ୍କ ପୁତୁରା । ସେ 'ଶଶିନିକେତନ'ରେ ରହୁଥିଲେ ।
ରାମକୃଷ୍ଣ ବୋଷ ଚିଠି ପଢ଼ି ମୋ ହାତରେ ପାଞ୍ଚଟି ଟଙ୍କା ଦେଇ କହିଲେ, 'ଏତିକି ନିଅ, ଆଉ ଆସିବ ନାହିଁ ।' ସେ ଜଣେ ଧର୍ମଭୀରୁ ଲୋକ । ବି.ଏ. ପାସ୍ କରି ଅର୍ଥ ଉପାର୍ଜନ ପନ୍ଥା ଛାଡ଼ି ଜଗନ୍ନାଥ ଧାମ ଆଶ୍ରୟ କରିଥାନ୍ତି ।
ମୁଁ ପୁରୀ ଜିଲ୍ଲା ସ୍କୁଲ୍ରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲି । ସେହି ଶ୍ରେଣୀର ନାମ ଆଜିକାଲି 'ସପ୍ତମ' ହୋଇଛି । ବର୍ତ୍ତମାନ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ସବୁ ନିଶୁଣିରେ ଚଢ଼ିବା କ୍ରମରେ ତଳୁ ଉପରକୁ ଗଣାଯାଉଛି; ସେ ସମୟରେ ଉପରୁ ତଳ ଆଡ଼କୁ ଗଣା ଯାଉଥିଲା । ମୁଁ ବିଦ୍ୟାଳୟରେ ପ୍ରବେଶ କଲି ଦୁର୍ଗାପୂଜା ଛୁଟିର କିଛିଦିନ ପୂର୍ବରୁ । ସେ ବର୍ଷର ବାକି କେତେ ମାସ ଓ ଚତୁର୍ଥ ଶ୍ରେଣୀର ପୂରା ବର୍ଷକ ପିତାଙ୍କୁ ଜମି ବିକି ମୋ ପଢ଼ା ଖର୍ଚ୍ଚ ଚଳାଇବାକୁ ପଡ଼ିଲା । ରାମକୃଷ୍ଣ ବୋଷଙ୍କ ପାଖକୁ ଆଉ ଥରେ ଯିବାର ସାହସ ତ ମୋର ନଥିଲା, ଇଚ୍ଛା ମଧ୍ୟ ହେଲା ନାହିଁ । ମୁଁ ପ୍ରଥମେ ତାଙ୍କ ପାଖକୁ ଯେଉଁ ଦିନ ଯାଇଥିଲି, ତାଙ୍କ ଘରୁ ଜଣେ ବାବୁ ବାହାରି ମୋତେ କହିଲେ, 'କ'ଣ ରୋଷେଇବାସ କର ? ଆମର ପୂଜାରୀ ଅଛି ।' ଯେତେ ଦରିଦ୍ର ହେଲେ ସୁଦ୍ଧା, ମୁଁ ବାପା-ମାଆଙ୍କର ଗେହ୍ଲା ପୁଅ; ସେତେବେଳେ 'ପୂଜାରୀ' ଆଖ୍ୟା ପାଇବାକୁ ପ୍ରସ୍ତୁତ ନଥିଲି । କିନ୍ତୁ ପରେ
୮ ସେମାନଙ୍କ ପିଲାଦିନ