ତିନୋଟି ଆଙ୍ଗୁଠି ଦେଖାଇ କହିଲା, “ପୁରା ତିନି । ବଡ଼ ପୁଅ ନବୋଦୟରେ ହଷ୍ଟେଲରେ ରହି ପଢୁଛି । ଦଶମ ତା’ର । ତା' ତଳେ ପଦ୍ମା । ୟା ତଳେ କମଳା । ଦାଣ୍ଡରେ ଖେଳୁଥିବ ।” ପୁଣି ଝିଅକୁ ଚାହିଁ କହିଲା, “ଯା, ପିଲାକୁ ଦାଣ୍ଡରୁ ଡାକେ । ମାମୁଁ ପାଇଁ ନବାତ ପଣା ଆଣେ ।" U ପଦ୍ମା ଚାଲିଗଲା । ଲକ୍ଷ୍ମୀ ପଚାରିଲା, “ମୁଁ ତିନିଟାର ମା ହେଇ ସାରିଲିଣି । ତମେ କାହିଁକି ବାହା ହେଇନ? ନା, ବାହା ହେଇ ସିଆଡ଼େ ସିଆଡ଼େ । ଆମକୁ ଭୋଜି ଦେବାକୁ ହେବ ବୋଲି ଡରୁଛ ।” ଲକ୍ଷ୍ମୀ ହସୁଥିଲା । କିନ୍ତୁ ମୁଁ ହସି ପାରୁ ନ ଥିଲି, କିଛି କୈଫିୟତ ବି ଦେଇ ପାରୁ ନ ଥିଲି । କି କୈଫିୟତ ଦେଇଥାନ୍ତି? ଜୀବନର ଏକ ଅଦ୍ଭୁତ ମୋଡ଼ ପାଖରେ ଆସି ମୁଁ ଠିଆ ହୋଇଥିଲି । ଯାହା ପାଇଁ ମୋ ଜୀବନରେ ଏହି ପରିବର୍ତ୍ତନ ଆସିଥିଲା, ସେ ହିଁ ତାକୁ ବୁଝି ପାରୁ ନ ଥିଲା ଅଥବା ନ ବୁଝିବାର ଅଭିନୟ କରୁଥିଲା ! V ପଦ୍ମା ଗୋଟିଏ ଲମ୍ଵା ପିତଳ ଗିଲାସରେ ପଣା ଆଣି ଦେଲା । ତା’ ପଛେ ପଛେ ଲକ୍ଷ୍ମୀର ସାନ ଝିଅ । ସେ ଆସି ମା କୋଳରେ ବସିଲା । ତା'ର ଅଭିବାଦନ, “ମାମୁଁ ନମସ୍କାର"ରେ ମୁଁ ଅପ୍ରତିଭ ହୋଇ ପଡୁଥିଲି । ମୋର ଭାବକୁ ଲକ୍ଷ୍ୟ କରି ଲକ୍ଷ୍ମୀ କହିଲା, “ମାମୁଁ ଶୁଣି ଶୁଣି ତମେ ବିରକ୍ତ ହେଇ ଯିବଣି, ନାଇଁ?" ତା' କଥାକୁ ଏଡ଼ାଇବାକୁ ଚେଷ୍ଟା କଲି । ପଣା ପିଇ ସାରି ପଦ୍ମା ହାତକୁ ଗିଲାସ ବଢ଼େଇଦେଲି । କହିଲି, “କେତେ ବର୍ଷ ବିତି ଗଲାଣି । ମୁଁ ତ ଜାଣି ନ ଥିଲି, ତୁ ତିନିଟାର ମା' ହେଇ ସାରିଲୁଣି ବୋଲି ।” ୧୦୦ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୦୧
ଦେଖଣା