Jump to content

ପୃଷ୍ଠା:Shankhanada.pdf/୧୦୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସାନ ଝିଅ ଲକ୍ଷ୍ମୀ କୋଳରେ ବସି ମୋତେ ଏକ ଲୟରେ ଚାହିଁ ରହିଥିଲା । ପଦ୍ମା ଆମ ପାଖରେ ବସିଥିଲା । ମୋ କଥା ଶୁଣିଲା ପରେ ଲକ୍ଷ୍ମୀର ଆଣ୍ଠୁ ଦୁଇଟା ଭାବ ପ୍ରବଣ ହୋଇଗଲା । ଭାରି କଣ୍ଠରେ କହିଲା, “ହଁ, ତିନିଟାର ମା । ପଦ୍ମାର ଜନ୍ମ ପରେ ଯାହା ଗାଁକୁ ଯାଇଥିଲି । ସିଏ ତ ଦଶ ବର୍ଷ ତଳର କଥା । ଉକୁଟି ଆସୁଥିବା କୋହକୁ ଚପେଇବା ପାଇଁ ଲମ୍ଵା ନିଶ୍ବାସ ନେଇ ଟିକିଏ ରହିଗଲା । ସଚେତିତ ହେଲା ଭଳି ମୋତେ ଚାହିଁଲା, “ଆରେ, ମୁଁ ବି କେତେ ମୂର୍ଖ ଦେଖ । ତମେ ତ ଟିକେ ହେଲେ କିଛି ଜାଣିନ । ଅଥଚ ମୁଁ ଗାଇ ଚାଲିଛି ।” ତା' କୋଳରେ ବସିଥ‌ିବା ଝିଅ ଆଡ଼େ ହାତ ଦେଖେଇ କହିଲା, “ଇଏ କାଲି ପଚାରୁଥିଲା, ମାମୁଁ ମୋର କାହିଁକି ଆସୁନାହାନ୍ତି? ଜିତୁ ଦିଦିର ମାମୁଁ ସବୁ ଆସୁଛନ୍ତି ।” “କାହିଁକି? ତୋ ଭାଇମାନେ କିଏ ଆସୁନାହାନ୍ତି?” “ନା ।” ହଠାତ ଚୁପ୍ ହେଇ ଗଲା । ମୋତେ ଏକ ଲୟରେ ଚାହିଁଥ‌ିବା ପଦ୍ମାର ଅଲରା ବାଳକୁ ହାତରେ ସାଉଁଳୁ ସାଉଁଳୁ କହିଲା, “ମୋ ପିଲାମାନେ ମାମୁଁ ଘର କ'ଣ ପାଶୋରି ଗଲେଣି । ଛାଡ଼, ଶେଖର ଭାଇ । ମୁଁ ବି ତମ ପାଖରେ ଏ ବିରକ୍ତିକର ପ୍ରସଙ୍ଗ ଉଠଉଛି । ବୋଉ ପାଖରେ ଚାରିଥର ଚାହା ପିଇବାକୁ ଆଳି କରୁଥୁଲି ବୋଲି ଆଜି ତ ଆଉ ବାବା-ବୋଉ ମୋ ପାଇଁ ନାହାଁନ୍ତି । ସବୁ ଭାଇମାନେ ଅବନୀ ଭାଇ ଭଳି ହେଇ ନାହାଁନ୍ତି ଯେ ଭଉଣୀର ସୁଖ-ଦୁଃଖ ବୁଝିବା ପାଇଁ ଦୌଡ଼ି ଆସିବେ ।” ଅବନୀ ମୋ ତଳ ଭାଇ ଥିଲା । ନାନୀ ବାହା ହେବା ଆଗରୁ ମୁଁ ହଷ୍ଟେଲ ଚାଲି ଯାଇଥିଲି । ଲକ୍ଷ୍ମୀ ବାହା ହେଲା ପରେ ମୋର ଗାଁକୁ ଆସିବା ବନ୍ଦ ହେଇ ଯାଇଥିଲା । ବହୁତ ଆଗରୁ ଘରର ଶଙ୍ଖନାଦ | ୧ ୧୦୧ .