ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଯାବତୀୟ କାର୍ଯ୍ୟକଳାପକୁ ହାତକୁ ନେଇଥିବା ଅବନୀ ନନାଙ୍କ ମୃତ୍ୟୁ ପରେ ମଧ୍ୟ ବୋଉର ଆଶା ବାଡ଼ି, ତା' ତଳ ଭାଇ ରଜନୀର ସଂରକ୍ଷକ ଥିଲା । ଦାଣ୍ଡ ଘର ଆଡୁ ତା' ଶାଶୁଙ୍କ ପାଟି ଶୁଭିଲା, “ହଇଲୋ ଏ ପଦି, ତୋ ମାଆକୁ କହ, ସଞ୍ଜୁଆ ଦେବ । ସଞ୍ଜ ହେଲାଣି । କେତେ ବେଳଯାଏଁ ବ୍ଲକର ବକର ହେଉଥିବ? କଥା ହେବାକୁ ଲୋକ ମିଳିଗଲେ, ତାକୁ ଆଉ ଭାତ ଦରକାର ନାଇଁ ।” ତାଙ୍କ କଥା ଶୁଣି ଲକ୍ଷ୍ମୀ ଆହତ ହୋଇ ଉଠିଲା । ମୁଁ ସଙ୍ଗେ ସଙ୍ଗେ ଉଠି ପଡ଼ିଲି । ମୋତେ ଉଠିବା ଦେଖୁ ସେ କୈଫିୟତ ଦେଲା, “କିଛି ଭାବିବନି ଶେଖର ଭାଇ । ଲୋକବାକ କିଛି ଦେଖିବେନି । ଯାହା ମନକୁ ଆସିବ, ତାହା କହିଦେବେ ।” ମୁଁ କିଛି ମନ୍ତବ୍ୟ ଦେବା ଉଚିତ ମନେ କଲିନି । ଯେଉଁ ରାସ୍ତା ଦେଇ ଭିତରକୁ ଆସିଥିଲି, ସେହି ରାସ୍ତା ଦେଇ ଫେରିଥୁଲି । ଲକ୍ଷ୍ମୀ ସଞ୍ଜ ଦେବାକୁ ଚାଲିଗଲା । ମୋତେ ଛାଡ଼ିବା ପାଇଁ ମଧ୍ୟ ଆସି ନ ଥିଲା । ୧୦୨ । ଶଙ୍ଖନାଦ