(ଦୁଇ) ଲକ୍ଷ୍ମୀ ଘରୁ ମୁଁ ସିଧା ନାନୀଘରକୁ ଚାଲି ଆସିଥିଲି । ମନରେ ଜମାଟ ବାନ୍ଧି ବସିଥିବା କୋହର ଶୁଖୁଲା କାଠରେ ଲକ୍ଷ୍ମୀ ସହ ସାକ୍ଷାତକାରର ନିଆଁ ଲାଗି ସାରିଥିଲା । ଯାହାକୁ ଭୁଲିବା ପାଇଁ ପରିବାର, ବାପା ମାଆ ମୋତେ ପିତା ଅନୁଭବ ହୋଇଥିଲେ, ସେ ଆସି ପୁଣି ଆଜି ମୋ ଆଖ୍ ଆଗରେ ଖଣ୍ଡିଆ ଭୂତ ସଦୃଶ ଠିଆ ହୋଇଥିଲା । ତଳେ ଭୋଜି ପୂର୍ବଦିନର ଗହଳ ଚହଳ କମି ଯାଇଥିଲା । ରାତି ଧୀରେ ଧୀରେ ବଢ଼ି ଆସୁଥିଲା । ମଝି ଅଗଣାରୁ ନାନୀଘର ଦୁଇ ଭାଗ ଥିଲା । ପଛ ପାଖଟା ପୁରୁଣା ଘର ଥିଲା, ସାମ୍ନା ପାଖରେ ନୂଆ ତିଆରି କରା ହୋଇଥିଲା । ଅଗଣା, ଖୋଲା ଅଗଣା ଉପରେ ଜାଲି ଥିଲା । ପଛ ପାଖର ଭାଗ, ତଳ ଉପର ଥିଲା, ସାମ୍ନା ପାଖ କେବଳ ଛାତ ଘର ଥିଲା । ପୁରୁଣା ଉପରେ ଘରେ ଆମ ତିନି ଭାଇ ଓ ଭାଇନାଙ୍କର ଶୋଇବା ବ୍ୟବସ୍ଥା କରାଯାଇଥିଲା । ଘର ଉପର ବାଲକୋନୀରୁ ଅନାବନା ଲତା, ବଡ଼ ବଡ଼ ଗଛରେ ଭର୍ତ୍ତି ପଛର ଲମ୍ବା ବାରି ଦେଖା ଯାଉଥିଲା । ଶୁକ୍ଳ ପକ୍ଷ ଅଷ୍ଟମୀର ଅର୍ଦ୍ଧଚନ୍ଦ୍ରରୁ ନିର୍ଗତ ଜ୍ୟୋତ୍ସ୍ନା କିରଣର ନିମୀଳିତ ଆଲୁଅର ଛଟା ଚତୁର୍ଦ୍ଦିଗେ ବିଛାଡ଼ି ହୋଇ ଖେଳିଥିଲା । ରଜନୀ ବାଲକୋନୀରେ ବସି ମାଉଥ୍ ଅରଗାନରେ ସୁର ଦେଉଥିଲା । ମୋତେ ଦେଖ୍ ସେ ମାଉଥ୍ ଅରଗାନକୁ ବନ୍ଦ କରି ମୋତେ ଚାହିଁଲା, “କ’ଣ ଦରକାର ଭାଇ?” ତା' ପାଖରେ ଯାଇ ବସି ପଡ଼ିଲି, “ନା, ନା, ତୁ ବଜା । ମୁଁ ବସି ଶୁଣିବି ।” ଶଙ୍ଖନାଦ | ୧୦୩
ପୃଷ୍ଠା:Shankhanada.pdf/୧୦୪
ଦେଖଣା