ରଜନୀ ତା’ ସୁରରେ ମନ ଦେଲା । ଲକ୍ଷ୍ମୀକୁ ଦେଖିଲା ପରଠୁ ଅତୀତର ମୋ କାପୁରୁଷପଣ ପାଇଁ ମନ ମୋର ଆନ୍ଦୋଳିତ ହେଉଥିଲା । ମୃଦୁ ମଳୟର ତାଳେ ତାଳେ ଅଦୃଶ୍ୟ ପୁଷିତ କ୍ଷୀଣ ସୁଗନ୍ଧଯୁକ୍ତ ରଜନୀର ସୁର ମଧ୍ଯ ମୋ ମନରେ ଝଙ୍କାର ସୃଷ୍ଟି କରି ପାରୁ ନ ଥିଲା । ଏକ ଅହେତୁକ ବିଷାଦ ଭରା ଅନ୍ଧକାରକୁ ଘେରି ରହିଥିବା କାଳିମା, ପ୍ରତିଛାୟା ସହ ଲମ୍ବି ଯାଇଥିବା ଦୃଷ୍ଟିର ଏହି ପାର୍ଶ୍ଵର କେବଳ ଶୂନ୍ୟତା ଭିତରେ କମ୍ ପାଠୋଈ ଲକ୍ଷ୍ମୀର ବ୍ୟକ୍ତିତ୍ଵ ମୋ ମନ ଚଟାଣରେ ଆସି ବାରମ୍ବାର ଆଘାତ ଦେଉଥିଲା । ଯଦି ମୋର ସାହାସ ଥାଆନ୍ତା; ଯଦି ନନାଙ୍କ ରକ୍ଷଣଶୀଳ ମନ ମୋତେ ବୁଝି ପାରିଥାଆନ୍ତା; ଯଦି ଲକ୍ଷ୍ମୀକୁ ନେଇ ଲୁଚି ପଳେଇ ଯିବାର ସାହାସ ମୋର ଥାଆନ୍ତା; ଯଦି ଲକ୍ଷ୍ମୀ ମୋ କଥାରେ ରାଜି ହୋଇ ଯାଇଥାଆନ୍ତା ! ଅନେକ ପ୍ରଶ୍ନ । କିନ୍ତୁ ସତ କଥା ଏଇଆ ଥିଲା ଯେ ମୋର ସାହାସ ନ ଥିଲା; ନନାଙ୍କୁ ସାମ୍ନା କରିବାର ସାହାସ; ବିଦ୍ରୋହ କରିବାର ସାହାସ; ପ୍ରେମକୁ ଆପଣା କରିପାରିବାର ସାହାସ । ତା' ହେଲେ ମୁଁ ଘର ଛାଡ଼ି କେମିତି ରହି ପାରିଲି? ନନାଙ୍କୁ, ବୋଉକୁ, ଭାଇମାନଙ୍କୁ ଛାଡ଼ି କେମିତି ରହି ପାରିଥ୍ଲି? ଅଣନିଶ୍ୱାସରେ ଏକପଟାରେ ଦୌଡ଼ିଥିଲି । କଲେଜ ସରିବା ଓ ୟୁନିଭରସିଟି ଆରମ୍ଭ ହେବା ମଝିରେ ଗାଁକୁ ଯେତେବେଳେ ଆସିଥ୍ଲି, ଲକ୍ଷ୍ମୀ ଘରକୁ ଆସି ମୋତେ ଏକୁଟିଆ ଦେଖ୍ କହିଥିଲା, “ମୋର ବାହାଘର କଥା ପଡ଼ିଛି । ବୋଧହୁଏ ଠିକ ହେଇ ଯିବ । ତା'ପରେ ତମ ବହିକୁ ପ୍ରଥମେ ପଢ଼ିବାର ଆଉ ସୁଯୋଗ ମିଳିବନି ।” ୧୦୪ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୦୫
ଦେଖଣା