Jump to content

ପୃଷ୍ଠା:Shankhanada.pdf/୧୦୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ଆଉ ତମ ଲେଖା? ବଡ଼ ଲେଖକ ହେବ ପରା? ମୋତେ ଧରି ଏମିତି ଗଲା ପରେ ତେଲେ ଲୁଣର ସଂଘର୍ଷରେ ହିଁ ତମ ଦିନ ଚାଲିଯିବ । ଲେଖା ପାଇଁ ସମୟ କେବେ ମିଳିବ?” ମୁଁ କହିଥିଲି, “ତୁ ନ ଥୁବୁ । ଲେଖା ମୋର କ'ଣ ହେବ? ଜାତକ, କୋଷ୍ଠି ସବୁ ମିଛ କଥା । ସମାଜର ଏ କୁସଂସ୍କାରକୁ ସହିଯିବା ମୋ ପକ୍ଷେ କଠିନ । ମୋ କଥା ମାନେ, ଆମେ ପଳେଇବା ଚାଲେ ।” ସେ ହସିଥିଲା, “ନ ସହିଲେ କ'ଣ କରି ପାରିବ? ବିଦ୍ରୋହ? ପାରିବ? ସମୟ ସହ ସଂଘର୍ଷ କରି ପାରିବ? ସ୍ବାର୍ଥ ମୋହବଶ ଦ୍ବାରା ସମାଜରେ ସଂସ୍କାର ଆସେନି, ଶେଖର ଭାଇ । ନା, ଏମିତି ଭାବରେ ଲୁଚି ପଳେଇବାକୁ ମୁଁ ସମର୍ଥନ କରି ପାରିବିନି । ଆମର ବିବାହ ଅସମ୍ଭବ । ବରଂ, ଆମେ ଏହି ଅବସ୍ଥାକୁ ହିଁ ମାନି ନେବା ।" ଅଭୁତ ତା' ବିଚାର । ତା' ଯୁକ୍ତି । ତା' ଦୂରଦୃଷ୍ଟି । ସେଇ ଥିଲା ତା'ର ମୋ ସହ ଶେଷ ଦେଖା । ତା'ପରେ ଦିନେ ଶଙ୍ଖ ମହୁରୀର ସ୍ବର ଲୟ ଉହାଡ଼ରେ ଝିଅ-କାନ୍ଦଣାର ପାରମ୍ପରିକ ଢଙ୍ଗରେ ଲକ୍ଷ୍ମୀର ବାହାଘର, ବିଦା ହୋଇ ଯାଇଥିଲା । ୟୁନିଭରସିଟିର ହଷ୍ଟେଲରେ ଥିଲା ସମୟରେ ମୁଁ ଏ ଖବର ପାଇଥିଲି । ତା' ପରେ ଆଉ ମୁଁ ଗାଁକୁ ଯାଇନି । ନନା ଥରେ ଅଧେ ହଷ୍ଟେଲ ଆସିଥ‌ିବେ । ତାଙ୍କ ପାଠପଢୁଆ ପୁଅ ଥୁଲି । ପାଠ ପଢ଼ିବାର ମିଛ ବାହାନା ନେଇ ଗାଁ ମୁଣ୍ଡ ଦେଖ‌ିବାର ସାହାସ ମୋର ନ ଥିଲା । ବିଚାର-ବୁଦ୍ଧି ସମ୍ପନ୍ନ ଝିଅ ଥିଲା ସେ । ବି.ଏ. ଶେଷ ବର୍ଷରେ ଯେଉଁ ଦିନ ମୋର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବାକୁ ଯାଉଥିଲା, ପ୍ରକାଶକ ପାଖରୁ ସଂଶୋଧ ପ୍ରତିଲିପିକୁ ଆଣି ସିଧା ଦୌଡ଼ି ଆସିଥ୍‌ଲି ଗାଁକୁ, ଲକ୍ଷ୍ମୀକୁ ଦେଖାଇବା ପାଇଁ । ଲକ୍ଷ୍ମୀ ଆସିଥିଲା । ମୋ ବହି ଦେଖୁଥିଲା । ପଢୁ ପଢୁ ମୋତେ ଚାହିଁ ୧୦୬ ଶଙ୍ଖନାଦ