Jump to content

ପୃଷ୍ଠା:Shankhanada.pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କହିଥିଲା, “ଲେଖାରେ ତମର ଦୁର୍ବଳତା ପ୍ରକାଶ ପାଇଛି । ଯେମିତି ଏବେ ମୋତେ ଏକୁଟିଆ ପାଇ ତମେ ମୋ ଦେହ କଥା ଭାବୁଛ ।” ମୋ ଛାତି ଧଡ଼କିନା ହୋଇ ଯାଇଥିଲା । ଘରେ ସମସ୍ତେ କୌଣସି ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ । ଘରେ ମୁଁ ଏକୁଟିଆ ଥୁଲି । ଘରର ନିର୍ଜନତା ଭିତରେ ମୋ ମନ ଲକ୍ଷ୍ମୀର ନିକଟତର ହେବାକୁ ଚାହୁଁଥିଲା । ମୋ ଛାତିର କମ୍ପନ ବଢ଼ି ଯାଇଥିଲା । କିନ୍ତୁ ତାକୁ ମୁଁ ଖୋଲାଖୋଲି କିଛି କହି ନ ଥିଲି । ତଥାପି ସେ ଜାଣି ଦେଇଥୁଲା । କେମିତି ଜାଣିଲା ସେ? ମୋର ଆଶ୍ଚର୍ଯ୍ୟ ଚାହାଣୀକୁ ଦେଖ୍ କହିଥିଲା, “ମୁଁ କେମିତି ଜାଣିଲି, ଭାବୁଛ ନା? ଆମେ ଝିଅମାନେ ପୁଅ ମାନଙ୍କୁ ଦେଖ୍ ହିଁ ଚିହ୍ନି ଦେଉ, ସେ କ'ଣ ଚାହୁଁଛି । ଆଉ ତମ କଥା ତ ମୁଁ ସବୁ ଜାଣିଛି । ତମ ଛାତି ଥରୁଛି । ଦେଖ ମୋତେ ଶୁଭୁଛି ।” ସେ ହସୁଥିଲା । ହସ ବନ୍ଦ କରି କହିଥିଲା, “ଏ ବହିରେ ତମେ ଏହି ଦୃଶ୍ୟକୁ ଲେଖୁଛି । ନିର୍ଜନ ଘର । ଶୁଭ, ଲତା ଏକୁଟିଆ । ଦୁହେଁ ଦୁହିଁଙ୍କ ମନରେ ସବୁ ବନ୍ଧନ ଭାଙ୍ଗି ଏକାକାର ହେବାକୁ ତୀବ୍ର ଇଛା ରଖିଲେ ।” ବହି ବାହାର କରି ମୁଁ ଲେଖୁଥ‌ିବା ପୃଷ୍ଠାଟିକୁ ବାହାର କରି ଦେଖଉଥିଲା । ବାକଶୂନ୍ୟ ହୋଇଗଲି ମୁଁ । କ'ଣ କହି ପାରିଥାନ୍ତି? ମୋ'ଠୁ କମ୍ ପାଠ ପଢ଼ିଥିଲା । ସପ୍ତମ ଶ୍ରେଣୀ ପରେ ଘରେ ରହି ଯାଇଥିଲା । ମୋ'ଠୁ କମ ବହି ପଢ଼ିଥିଲା । ମୁଁ ଆଣିଲେ ଉପନ୍ୟାସ ବହି ପଢୁଥିଲା । କିନ୍ତୁ ମୋ'ଠୁ ଅଧିକ ଜ୍ଞାନ ଥିଲା । ଆଉ ସବୁବେଳେ ଏହି ପ୍ରକୃତିଗତ ଜ୍ଞାନରେ ମୋତେ ଧରାଶାୟୀ କରି ଦେଉଥିଲା । ମୋର ମନର ଜଡ଼ତାକୁ ଭାଙ୍ଗି କହିଥିଲା, “ଇଏ ହିଁ କ'ଣ ଶଙ୍ଖନାଦ | ୧୦୭