Jump to content

ପୃଷ୍ଠା:Shankhanada.pdf/୧୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତମ କାହାଣୀର ପ୍ରେମ? ଆର୍ଥିକ ପ୍ରେମକୁ ବାଦ ଦେଇ ଦୈହିକ ପ୍ରେମରେ ଭାସି ଯାଉଛ । ତମେ ଜାଣ, ତମ ପାଖରେ କିଛି ବିଶେଷତା ଅଛି । କିନ୍ତୁ ଛୋଟ ଛୋଟ କଥାକୁ ବେଶି ମହତ୍ବ ଦେଇ ସେହି ବିଶେଷତାକୁ ଭୁଲି ଯାଉଛ ।” ସେହି ଦୁର୍ବଳ ମୁହୁର୍ତ୍ତରେ ତା'ର ସ୍ଵପ୍ଲିଳ ସ୍ବର ଗୁଞ୍ଜରି ଉଠିଥୁଲା, “ଶାରିରୀକ ମିଳନ ହିଁ କ'ଣ ପ୍ରେମର ଶେଷ ଇଛା? ମୁଁ ଅନ୍ୟ କୋଉଠି ବାହା ହେଇଗଲେ ତମେ ସନ୍ନ୍ୟାସୀ ହେଇ ଯିବ?” ମୋର ତଟସ୍ଥତା ଭାଙ୍ଗି ଯାଇଥିଲା । ମନରେ ଉଠୁଥ‌ିବା କ୍ଷଣିକ ତରଙ୍ଗର ବାସ୍ନା ଉଡ଼ି ଯାଇଥିଲା । କିନ୍ତୁ ମୋର ଅଫୁରନ୍ତ ଆନନ୍ଦିତ- ଭାବ ହୋମାଗ୍ନିରେ ଲକ୍ଷ୍ମୀ-ବିରହ ବେଦନାର ଜଳ ପଡ଼ି ଥଣ୍ଡା ପଡ଼ିସାରିଥିଲା । ସେଦିନ ତା'ର ସେ ଅଦ୍ଭୁତ ବ୍ୟକ୍ତିତ୍ବକୁ ଆବିଷ୍କାର କରି ଆବିଭୂତ ହୋଇ ଯାଇଥିଲି । ସ୍କୁଲ, କଲେଜ ପଢ଼ା, ବହି ଘୋଷାର ଅନୁଭବ ସିଏ ନ ଥିଲା । ଅତି କମ ବୟସରୁ ଭାବର ରଙ୍ଗରେ ନିଜକୁ ରଙ୍ଗେଇ ସାରିଥିଲା । ମୋର ପ୍ରଥମ ଉପନ୍ୟାସ ଛାପା ହେବା ଆଗରୁ ହିଁ ସଂଶୋଧ ପ୍ରତିଲିପି ଖଣ୍ଡକ ପ୍ରକୃତ ସମୀକ୍ଷକଙ୍କ ହାତରେ ପଡ଼ିଥିଲା । ସେଇ ମୁହୁର୍ଭରେ ହିଁ ସେହି ପ୍ରତିଲିପିକୁ ଧରି ଗାଁରୁ ଫେରିଥୁଲି । ନାୟକର ଚରିତ୍ରକୁ ବଦଳେଇଥୁଲି । ଲେଖକର ପ୍ରଥମ ବହିର ପ୍ରକାଶନ, ମା'ର ପ୍ରଥମ ସନ୍ତାନ ଭଳି । ମୋର ପ୍ରଥମ ଉପନ୍ୟାସର ଦେବକୀ- ମା ଥିଲା ସେ । କିନ୍ତୁ ଲୋକ ଲୋଚନକୁ ଆସିବା ଆଗରୁ ସେ ଅନ୍ୟର କୂଳବଧୂ ହୋଇ ସାରିଥିଲା । ଆମ ପ୍ରେମ କାହାଣୀର ଅନ୍ତ ଆମେ ଚାହିଁବାରୁ ହିଁ ହୋଇଥିଲା ଏବଂ ଅଦୃଶ୍ୟ ଖଳନାୟକ ଥିଲା-ଜାତକ ମେଳ । ୧୦୮ | ଶଙ୍ଖନାଦ