Jump to content

ପୃଷ୍ଠା:Shankhanada.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ହେ ଆଦିକନ୍ଦ !
ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇଯାଏ । ସମ୍ବନ୍ଧିର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ ।
କିଏ ଏହି ମୁଁ ?
ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର ସମୟ ରାଗ? ଧରାପୃଷେ ବିଞ୍ଛାଡ଼ି ହୋଇ ପଡୁଥିବା ଅସହ୍ୟ ସ୍ଵର୍ଣ୍ଣରେଣୁ ଜନିତ ପ୍ରଖର ଉତ୍ତାପର ବିକିରଣ? ସାୟଂକାଳୀନ ଦୂରଗାମୀ ଲୋହିତରଙ୍ଗ ଆକାଶରେ ଧୀରପଦରେ ଗମନକ୍ରମେ ଅପେକ୍ଷିତ ତାରାରୂପୀ ମୃତ-ଅଣ୍ଡଜ-ବୋଳା ରଙ୍ଗର ନଭମଣ୍ଡଳ?
କ'ଣ ମୋର ପରିଚୟ?
ପ୍ରସ୍ତର, ଲୌହ ଅବା କାଂସ୍ୟଯୁଗୀୟ ସ୍ତୁପ? ଅବହେଳିତ ପୂର୍ବତଟ ପାଇଁ ପ୍ରାର୍ଥନାରତ ସ୍ତୁପୀଭୂତ ମହେଞ୍ଜୋଦାରର ପୁରୋହିତ ସମ୍ରାଟ? ପ୍ରାଚୀ ନଦୀ ଅବବାହିକାରେ ଆବିଷ୍କୃତ ସୌର ଉପାସନାର ସଭ୍ୟତା-ଚିହ୍ନ? ପଶ୍ଚିମୀ ସୁରର ଅଟ୍ଟହାସ ନାଦେ ନାଦିତ ବୈଜ୍ଞାନିକି ଜ୍ଞାନର ଅହଂକାର?
୧୦ ଶଙ୍ଖନାଦ--------------------------------------