Jump to content

ପୃଷ୍ଠା:Shankhanada.pdf/୧୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

(ତିନି) “ଭଲ ଲାଗିଲା ଭାଇନା?” ରଜନୀ ମୋତେ ପଚାରୁଥିଲା । ମୁଁ ପ୍ରକୃତିସ୍ଥ ହେଲି । ରଜନୀର ସଙ୍ଗୀତର ତାଳେ ତାଳେ ନୁହେଁ, ମୋ ମନ ଅତୀତର ସ୍ମୃତି ଭିତରେ ତା'ର ସୁର ଲୟ ଖୋଜୁଥିଲା । ତଥାପି ଶୁଣିଥିଲା ଭଳି କହିଲି, “ବଢ଼ିଆ ଥିଲା । ଚାଲେ ଯିବା । ରାତି ହେଲାଣି, ଶୋଇବା ।” ଦି' ଭାଇ ଘର ଭିତରକୁ ଆସିଲୁ । ଅବନୀ ତା’ ପୁଅ ସହ ଶୋଇ ଯାଇଥିଲା । ଭାଇନା ଶୋଇବାକୁ ଉପକ୍ରମ କରୁଥିଲେ, ଆମକୁ ଦେଖ୍ ବିଜୁଳି ଆଲୁଅ ବନ୍ଦ କରିବାକୁ ଉଠିଲେ । ସହସା ଅମା ଅନ୍ଧାରରେ ବ୍ୟାପ୍ତ ନିସ୍ତବ୍ଧତାକୁ ଚିରି ଏକ ଚିତ୍କାର ଶୁଣାଗଲା– “ମରିଗଲି ଲୋ ମା, ଆଉ ନାଇଁ, ଆଉ ନାଇଁ । ମୋ ଦେହରେ ସିତ୍କାର ଖେଳିଗଲା । ସେହି ସ୍ବର, ସେହି କଣ୍ଠ । ଅନେକ ବର୍ଷ ପରେ ସନ୍ଧ୍ୟାରେ ଶୁଣିଥ‌ିବା ସ୍ବର । ଲକ୍ଷ୍ମୀର ଚିତ୍କାର । ମୋ ତନ୍ତୁ ଗୁଡ଼ିକ ଥରିବାକୁ ଲାଗିଲେ । ତା' ପରେ ପରେ ଜଣ ପୁରୁଷର କଣ୍ଠ ମଧ୍ୟ ଭାସି ଆସିଲା– “ମରେ, ଆହୁରି ମରେ । ଡାକେ, ତୋ ନାନୀକୁ ଡାକେ । ଆଜି କିଏ ତୋତେ ରଖୁବ ମୁଁ ଦେଖୁ ।” ପୁରୁଷର ସ୍ବର ଢଳି ଢଳି ଆସୁଥିଲା । ଖୁବ୍ ଚିହ୍ନି ପାରୁଥିଲି ଏହି ସ୍ବରକୁ ମୁଁ । ଜଣେ ମଦ୍ୟପର ସ୍ବର ଥିଲା ସେ । ଓ ହୋ, ତାହାହେଲେ ଲକ୍ଷ୍ମୀର ମଦୁଆ ସ୍ବାମୀ ଆସି ତାକୁ ମାରୁଛି ! ମୋର ଶଙ୍ଖନାଦ | ୧୦ ୧୦୯