ସ୍ନାୟୁ ସବୁ ଉତ୍ତେଜିତ ହୋଇ ଉଠିଲେ । ଚିତ୍କାର ଶୁଣି ଭାଇନାଙ୍କ ହାତ ଯେଉଁଠି ସେଇଠି ରହି ଯାଇଥିଲା । ପୁରୁଷର କଣ୍ଠ ଶୁଣି ଗାମୁଛାଟା କାନ୍ଧରେ ପକେଇ ବାହାରକୁ ବାହାରିଲେ । ରଜନୀ ପଚାରିଲା, “କୁଆଡ଼େ ବାହାରିଲ ଭାଇନା?” “ଶୁଣି ପାରୁନୁ? ଏମିତି ମାରି ମାରି ପିଲାଟାକୁ କେବେ ମାରିଦେବ । ସାହି ମଝିରେ ଇଏ ଏମିତି ସବୁ ଦିନ ପାଲା ଲଗେଇଲେ ଆମେ ଚଳିବୁ କେମିତି?" ଭାଇନା ବାହାରି ଗଲେ । ଲକ୍ଷ୍ମୀର ପାଟି ସହ ପିଲାମାନଙ୍କର ମଧ୍ୟ ଶୁଣା ଯାଉଥିଲା । ପିଲାମାନଙ୍କୁ ବି କ'ଣ ମାରଧର ହେଉଛି? ଲକ୍ଷ୍ମୀର ଏହି ଅବସ୍ଥା ବିଷୟରେ ମୁଁ ସ୍ବପ୍ନରେ ସୁଦ୍ଧା ଭାବି ପାରି ନଥିଲି । ସନ୍ଧ୍ୟାର ଦୃଶ୍ୟ ଦେଖୁ ମୁଁ ଜାଣି ସାରିଥ୍ଲି, ସେ ଦୁଃଖ ଭୋଗୁଛି । କିନ୍ତୁ ଇଏ ତ ଦୁଃଖ ନୁହେଁ, ନିର୍ଯ୍ୟାତନା । ପୂର୍ବ ଶୋଷଣ । ଚାରି ଭାଇରେ ଗୋଟିଏ ଭଉଣୀ ଥିଲା । ଖାଇବାର ଟିକେ ଡେରି ହେଲେ କାନ୍ଦି କାନ୍ଦି ଭୁଇଁରେ ଗଡ଼ି ଯାଉଥିଲା । ଭାଉଜମାନେ କହୁଥିଲେ, “ଇଏ ସିନା ମା' ଘର ଲକ୍ଷ୍ମୀ, ଚଳି ଯାଉଛି । ଧାନକୁଟା, ପାଣି ଅଣା ନ ହେଲେ କିଏ ତମକୁ ବୋହୂ କରିବ?” ସେ କଥା ମୋ ପାଖରେ କହିଲା ବେଳେ ହସି ହସି ଗଡ଼ି ଯାଉଥିଲା । ପଚାରୁଥିଲା, “ଧାନ ନ କୁଟିଲେ, ପାଣି ନ ଆଣିଲେ, ମୁଁ ତମର ବୋହୂ ହେଇ ପାରିବିନି?" ବୟସରେ ମୋ'ଠୁଁ ଦୁଇ ବର୍ଷ ସାନ, ଅବନୀ ଠୁଁ ଦୁଇ ବର୍ଷ ବଡ଼ ଥିଲା । ଗାଁ ସ୍କୁଲରେ ମୋର ସପ୍ତମ ଯାଏଁ ଦୁହେଁ ଯାକ ମିଶି ୧୧୦ ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୧୧
ଦେଖଣା