Jump to content

ପୃଷ୍ଠା:Shankhanada.pdf/୧୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପଢୁଥିଲୁ । ତା'ପରେ ମୁଁ ଅନ୍ୟ ଗାଁ ହାଇସ୍କୁଲକୁ । ସପ୍ତମ ପଢ଼ିଲା ପରେ ଭାଇମାନେ ତାକୁ ବାହାର ଗାଁ ସ୍କୁଲକୁ ଛାଡ଼ିଲେନି । ଘରେ ରହିଗଲା । ପିଲାଟି ଦିନରୁ ପଢ଼ିବା ଝୁଙ୍କ ଥିଲା ତା'ର । ସ୍କୁଲ ପୁସ୍ତକାଳୟରୁ ଆଣୁଥ‌ିବା ବହିକୁ ମୁଁ କେବେ ପୁରା କରି ପାରୁ ନଥୁଲି । ମୁଁ ଆଣିବା କ୍ଷଣି ସେ ହିଁ ନେଇଯାଉ ଥିଲା । ମୋର ପଢ଼ିବାକୁ ଆଉ ସମୟ ମିଳୁ ନ ଥିଲା । 0 ସେ ଆଜି ତିନୋଟି ପିଲାର ଅର୍ଦ୍ଧଳି ସହିଛି । ଅଣଓସାରିଆ ଥାକ-ଅନ୍ଧାରିଆ ଘରେ ଶାଶୁର ବ୍ୟଙ୍ଗ ସହିଛି । ନବାତ ପଣାକୁ ଚାହା କରି ନେଇଛି । ଯାହାଠୁ ନିଜ ପାଇଁ ସ୍ନେହ, ସହାନୁଭୂତି ପାଇବା କଥା, ତା'ର ମାଡ଼ ବି ସହିଛି । ଭାଇନା ଆସିବା ପର୍ଯ୍ୟନ୍ତ ମୁଁ ସେମିତି ବସି ରହିଥିଲି । କାନ୍ଧର ଚଦରକୁ ବାହାର କଲାବେଳେ କହୁଥିଲେ, “ବୁଝେଇ ବୁଝେଇ କେତେ ବୁଝେଇବ ସଦାନନ୍ଦକୁ? ମଦ ଗଞ୍ଜେଇରେ ଅଧେ ସମ୍ପତ୍ତି ଉଡ଼େଇ ସାରିଲାଣି । ବାକି ଅଧିକ ବି ଉଡ଼ିଯିବ । ବିଚାରୀ ଲକ୍ଷ୍ମୀ ! ତମର ଲକ୍ଷ୍ମୀ ମନ ଅଛି ଶେଖର?” କ'ଣ ଉତ୍ତର ଦେଇଥାନ୍ତି ଭାଇନାଙ୍କୁ? ଅନ୍ଧାର ଭିତରେ ଅନ୍ଧକାରକୁ ଖୋଜୁ ଖୋଜୁ କେବଳ ଏତିକି ଜାଣି ପାରିଲି, ଲକ୍ଷ୍ମୀର ସ୍ବାମୀ ନାଁ ସଦାନନ୍ଦ । ଲୋକଟାର ଗୁଣ ଜାଣିଲା ପରେ ମୋତେ ତାଙ୍କୁ ଦେଖ‌ିବାର ତୀବ୍ର ଇଚ୍ଛା, ଅନ୍ଧାର ଭିତରର ରାକ୍ଷସକୁ ଦେଖ୍ର ଇଛା ହେଲା । ଉଠିଲାବେଳେ ମୋ ପାଖରେ କିଏ ନଥିଲେ । ନିତ୍ୟକର୍ମ ସାରି ତଳକୁ ଆସିଲି । ଅଗଣାରେ ଝିଅର ପ୍ରଥମ ବନ୍ଦାଣ ପାଇଁ ନାନୀ ସହ ସମସ୍ତେ ବ୍ୟସ୍ତ ଥିଲେ । ରାତିରେ ବାହାଘର ଥିଲା । ସନ୍ଧ୍ୟାରେ ବରଯାତ୍ରୀମାନେ ଆସିବେ । ତା'ର ପ୍ରସ୍ତୁତି ଚାଲିଥିଲା । ଶଙ୍ଖନାଦ | ୧୧୧