ତଳେ ଭୋଜି ଦିନର ଗତାନୁଗତିକ ଗହଳ ଚହଳ ଥିଲା । ରାତିରେ ମୁଁ ଠିକରେ ଶୋଇ ପାରିନଥୁଲି । ଅହେତୁକ ଭୟର ଗନ୍ଧହୀନ ବାସ୍ନାରେ ଜର୍ଜରିତ ମୋ ମନ ଆଖ୍ ବୁଜି ବି ଅନ୍ଧାରରେ ଆଲୁଅର ସନ୍ଧାନରେ ଥିଲା । ଲକ୍ଷ୍ମୀ ପାଇଁ ମନ ଦ୍ରବିତ ଥିଲା । ଦାଣ୍ଡରେ ଗୁଡ଼ାଏ ପିଲା ଚକା ଭଉଁରୀ ଖେଳୁଥିଲେ, “ଚକା ଚକା ଭଉଁରୀ, ମାମୁଁ ଘର ଚଉଁରି ।” ସେମାନଙ୍କ ଭିତରେ ଅଭୟ ଅନୀତା, ପଦ୍ମା, କମଳା ମଧ୍ୟ ଥିଲେ । ନାନୀ କାହାକୁ ଖୋଜି ଖୋଜି ଦାଣ୍ଡକୁ ଆସିଲା । ପଦ୍ମାକୁ ଦେଖ୍ ପଚାରିଲା, “ହଇଲେ ଏ ପଦି, ତୋ ମା' କୁଆଡ଼େ ଗଲା? ବନ୍ଦେଇବା ସମୟ ହେଲାଣି । ଯା, ଡାକିବୁ ଯା ।” ପୂର୍ବାହ୍ନରୁ ସମୟ କିଛି ଅଧିକ ହୋଇ ଯାଇଥିଲା । ଲକ୍ଷ୍ମୀ ଆସିନି ଖବର ଶୁଣି ମୋର କାଲିର ତା' ଚେହେରା, ତା ସାଙ୍ଗେ ସେ ପିନ୍ଧିଥିବା ଲୁଗା ମୋ ଆଖରେ ନାଚି ଉଠିଲା । ମନରେ କିଛି ସ୍ଥିରକରି ଘର ଭିତରକୁ ଯାଇ ନାନୀକୁ ଗୋଟିଏ ପାଖକୁ ଡାକି ଧ୍ୱରେ କହିଲି, “ନାନୀ, ତୋ ପାଖରେ ନୂଆ ଶାଢ଼ୀ ଯଦି ଅଛି, ମୋତେ ଗୋଟେ ଦେବୁ?” ମୋ ପ୍ରଶ୍ନ ଶୁଣି ନାନୀ ବୁଝିଲା ଭଳି ମୋତେ ଏକ ଲୟରେ ଚାହିଁ ପଚାରିଲା, “କାଲି ଲକ୍ଷ୍ମୀକୁ ଦେଖୁଲୁ?” ମୁଁ ମୁଣ୍ଡ ଟୁଙ୍ଗାରିଲି । ନାନୀ ଭିତରକୁ ଯାଇ ନୂଆ ଶାଢ଼ୀ ଖଣ୍ଡେ ଆଣି ମୋ ହାତରେ ଦେଲା । “ସିଏ କିନ୍ତୁ ନେବନି, ଭାରି ଅଭିମାନୀ । ଦେଖେ, ତୁ ଦେଲେ ନେବ ବୋଧେ ।” କାଲି ଯେଉଁ ରାସ୍ତାରେ ଆସିଥ୍ଲି, ସେ ରାସ୍ତାରେ ଯାଇ ୧୧୨ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୧୩
ଦେଖଣା