Jump to content

ପୃଷ୍ଠା:Shankhanada.pdf/୧୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପହଞ୍ଚିଲି । ଆଡ଼ ପେଲା କବଟ ପାଖରେ ଠିଆ ହୋଇ ଲକ୍ଷ୍ମୀକୁ ଡାକିଲି । କିଛି ଉତ୍ତର ଆସିଲାନି । କବାଟକୁ ପେଲି ଭିତରେ ପଶିଲି । କବାଟ ପେଲିଲା ବେଳେ କାଲି ଟିକେ ବି ଶବ୍ଦ ହେଇ ନଥିଲା କିନ୍ତୁ, ଆଜି କେଁ କେଁ ଶବ୍ଦ ହେଲା । ବୋଧହୁଏ କବାଟକୁ ଦିଆ ଯାଉଥ‌ିବା ବଳରେ ହେଉଥ‌ିବା ଗତିର ପରିବର୍ତ୍ତନ ଫଳରେ । ଅଗଣା ପର୍ଯ୍ୟନ୍ତ କେହି ନ ଥିଲେ । ତାକୁ ଲାଗି ରହିଥ‌ିବା ଗଳିରେ ଲକ୍ଷ୍ମୀ ଖାଇ ବସିଥିଲା । ତା' ଆଗର କଂସା ପିଞ୍ଛାରେ ବାସି ପଖାଳ, ଆଲୁମିନିୟମ ଗିନାରେ ଫଳମୂଳ କାଞ୍ଚି, ଶୁଖୁଲା ଶାଳ ପତ୍ର ଉପରେ କିଛି ଲୁଣ, କଞ୍ଚା ମରିଚ ମୋତେ ସ୍ପଷ୍ଟ ଦେଖା ଯାଉଥିଲା । କବାଟ ଶବ୍ଦରେ ସେ ଆଖ୍ ଉଠେଇ ଚାହିଁଥିଲା । ମୋତେ ଦେଖୁ ଟିକେ ଆଶ୍ଚର୍ଯ୍ୟ ହେଲା, “ତମେ ଭୋଜି ଗହଳି ଛାଡ଼ି ଏଠି କାହିଁକି?” ତା'ର ପ୍ରଶ୍ନକୁ ଏଡ଼େଇ ତା’ର ଖାଇବାକୁ ଦେଖେଇ ପଚାରିଲି, “ନାନୀର ଭୋଜି ଚାଲିଛି । ତୁ ଏଇଠି ବାସି ଖାଇବାରେ ବ୍ୟସ୍ତ । କ'ଣ ଅସୁବିଧା ତୋର?" “ଅସୁବିଧା ତ କିଛି ନାହିଁ । କାଲିର ଭାତ କାଞ୍ଜି ଥିଲା । ନ ଖାଇ ତାକୁ କ'ଣ ଡଙ୍ଗା ହାଣ୍ଡିରେ ଫିଙ୍ଗିଥାନ୍ତି? ଖାଇ ଦେଲି ।” ତା ଆଗରେ ମୁଁ ବସି ପଡ଼ିଲି, “ନାନୀ ଠିକ କହୁଥିଲା । ଆଜି ବି ତୁ ସେଇ ଅଭିମାନିନୀ । ତୁ ନ ଗଲେ ନାନୀର ଭୋଜି ଅଚଳ ହେଇ ଯିବନି । କିନ୍ତୁ ତୋର ଏଇ ଅଭିମାନ କେତେ ଜଣ ବୁଝି ପାରିବେ? ବୁଝିଲେ ବି କେତେଜଣ ତାକୁ ସହି ପାରିବେ?" “ମୋତେ ତ ଉପଦେଶ ଦେଇ ପାରୁଛ । ୧୮ ବର୍ଷରେ ତମେ କେତେଜଣଙ୍କ ଭୋଜିଭାତରେ ଆସି ଠିଆ ହେଇଛ, ଗଣି ରଖୁଛ?” ଶଙ୍ଖନାଦ | ୧୧୩