Jump to content

ପୃଷ୍ଠା:Shankhanada.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

“ମୋ କଥା ଭିନ୍ନ । ମୁଁ ଦୂରରେ ରହୁଛି ।” ମୋ କଥା ଶୁଣି ସେ ହୋ ହୋ ହୋଇ ହସି ଉଠିଲା । ଖାଇ ସାରିଥିଲା । ଉଠି ହାତ ଧୋଉ ଧୋଉ କହିଲା, “ଭଲ କହିଲ । ବମ୍ବେରୁ ଆମ ଗାଁ'ର ଦୂରତା ତ ବହୁତ ବେଶି । ପ୍ରତି ବର୍ଷ ଏଇ ଗାଁକୁ ପୁଞ୍ଜା ପୁଞ୍ଜା ଲୋକ ଆସୁଛନ୍ତି ।” ତା'ର ଆକ୍ଷେପ ଶୁଣିବାକୁ ମୋର ସମୟ ନ ଥିଲା । ଉଠିପଡ଼ି ହାତରେ ଧରିଥ‌ିବା ଲୁଗାକୁ ତା’ ହାତକୁ ବଢ଼େଇଲି, “ନାନୀ ୟାକୁ ଦେଇଛି । ବଦଳେଇ ତୁ ଶୀଘ୍ର ଆସେ । ଜିତୁର ବନ୍ଦାଣ ହେବ ।” ଶାଢ଼ୀକୁ ଦେଖ୍ ତା ମୁହଁ ଲାଲ ପଡ଼ିଗଲା, “ହେଲା, ପଦ୍ମା ପିଲା ଲୋକ ଜାଣିଲାନି । ଘର କଥା ପଦାରେ ପକେଇଦେଲା । ମାନୁଛି, ମୋ ସ୍ବାମୀ ମୋତେ ଦାମିକା ଶାଢ଼ୀ ଆଣି ଦେଉ ନାହାଁନ୍ତି । କିନ୍ତୁ ତମେ ତ ଆଉ ପିଲା ନୁହଁ । କାହିଁକି ମୋତେ ଅପମାନ ଦେଲ?” “ଅପମାନ?” ମୁଁ ଛେପ ଢୋକିଲି । ପଦ୍ମା ମୋତେ କିଛି କହିନାହିଁ ବୋଲି ମୁଁ କହି ବି ପାରିଲିନି । “ଅପମାନ ନୁହେଁ ତ ଆଉ କ'ଣ? ମୋର ଶାଢୀ ନାହିଁ ବୋଲି ମୁଁ କାହାକୁ ଭିକ ମାଗିବାକୁ ଯାଇ ନ ଥୁଲି ।” ମୋ ମନ ଆର୍ଦ୍ର ହୋଇ ଆସିଲା । ସେ କେବେ ମୋତେ ଏଭଳି କଡ଼ା କଥା କହିଥିଲା ଭଳି ମୋର ମନେ ହେଉ ନ ଥିଲା । କହିଲି, “ମୁଁ ଭାବି ନ ଥିଲି ଲକ୍ଷ୍ମୀ, ମୁଁ ଦେବା ଜିନିଷକୁ ତୁ ଭିକ ବୋଲି କହିବୁ । ତୁ ହିଁ କହୁଥୁଲୁ, ଯେଉଁଠି ନିଜତ୍ବ ଅଛି ସେଇଠି କୌଣସି ଜିନିଷକୁ ପର ନିଜର ବୋଲି ମନେ କରାଯାଏନି । ମୁଁ କ'ଣ ତୋର କେହି ନୁହଁ ?” ୧୧୪ । ଶଙ୍ଖନାଦ