(ଚାରି) ଜ୍ୟୋତିର ବିଦା ପରେ ଆମେ ତିନି ଭାଇ, ନାନୀ ଓ ଭାଇନାଙ୍କୁ ଲକ୍ଷ୍ମୀ ତା' ଘରକୁ ଖାଇବାକୁ ଡାକିଥିଲା । ଜ୍ୟୋତିର ଶାଗ ମାଛ ଧରି ନାନୀ ଓ ଭାଇନାଙ୍କ ସହ ଅବନୀ ଚାଲି ଯାଇଥିଲା । ସେମାନଙ୍କ ସହ ଅବନୀର ପୁଅ ଝିଅ ବି ଥିଲେ । ସେମାନେ ଚାଲିଗଲା ପରେ ଆମେ ଦୁଇ ଭାଇ ଲକ୍ଷ୍ମୀ ଘରକୁ ଖାଇବାକୁ ଯାଇଥିଲୁ । ସଦାନନ୍ଦଙ୍କୁ ମୁଁ ଜ୍ୟୋତିର ବାହାଘରବେଳେ ଦେଖିଲି । ରଜନୀ ପରିଚୟ କରେଇ ଦେଇଥିଲା । ସାବନା ରଙ୍ଗ, ପତଳା ଚେହେରା । ହାତରେ, କପାଳରେ ସ୍ଥାନେ ସ୍ଥାନେ ଚମଡା ଭିତରର ଶିରାମାନ ଉପରକୁ ଫୁଟି ବାହାରି ଆସିଛି । ଲମ୍ଵା ପତଳା ନାକ । ସ୍ଥାନେ ସ୍ଥାନେ ପାଚି ଯାଇଥିବା ବାଳରେ ସୁଗନ୍ଧିତ କେଶ ତୈଳ ଦେଇ ପଛକୁ ଟାଣି କୁଣ୍ଡା ଯାଇଛି । ଧଳା ସର ସର ଧୋତି ଉପରେ ଟେରଲିନର ମୁଣ୍ଡ ଗଳା ଲମ୍ବା ହାତବାଲା ସାର୍ଟ । ବେକରେ ସୁନା ଚେନ୍, ଦୁଇ ହାତର ପ୍ରତିଟି ଆଙ୍ଗୁଠିରେ ଗୋଟିଏ ଲେଖାଏଁ ସୁନା ମୁଦି । ପାଟିରେ ଜର୍ଦା ପାନ । ମୋଟ ଉପରେ ଜଣେ ନାଁ ଥିଲା ଘରର ଲୋକ ଭଳି ଜଣା ପଡ଼ିଥିଲେ । ଅଠର ବର୍ଷ ତଳେ ସେ ନିଶ୍ଚୟ ଜଣେ ସୁଦର୍ଶନ ଯୁବକ ଥିଲେ, ସେଥିରେ ଟିକେ ବି ସନ୍ଦେହ ନ ଥିଲା । ସେଦିନ ମୋ ସହ ଚର୍ଚ୍ଚା ବେଳେ ସେ କେବଳ ତାଙ୍କ ପୁଅ ରବିର ଇଞ୍ଜିନିୟରିଂ ପଢ଼ିବା ଓ ଝିଅ ପଦ୍ମାର ବାହାଘରର ଅତ୍ୟଧ୍ଵ ଶଙ୍ଖନାଦ | ୧୧୭
ପୃଷ୍ଠା:Shankhanada.pdf/୧୧୮
ଦେଖଣା