ଚିନ୍ତିତ ଥିଲା ଭଳି କଥା ହେଲେ । ତାଙ୍କ ଘରେ ଖାଇଲା ଦିନ ବି ସେହି ବିଷୟର ସୂତ୍ର ଧରିଥିଲେ । ଲକ୍ଷ୍ମୀ ଦ୍ବାର ବନ୍ଧକୁ ଆଉଜି ଠିଆ ହୋଇଥିଲା । ସଦାନନ୍ଦ ରଜନୀକୁ କହିଲେ, “ତମର ମନ ଅଛି? ମୋତେ କହିବ । ଦଶମ ପରେ ରବି କ'ଣ ପଢ଼ିବ । ମୋତେ ତାକୁ ଇଞ୍ଜିନିୟରିଂ ପଢ଼େଇବାକୁ ଇଛା । ତମେ ସେଇଟା ପଢ଼ିଛ ପରା?” ରଜନୀ କହିଲା, “ତା’ର ପ୍ରଥମେ ଦଶମ ସରୁ । ଆଗକୁ ଦେଖ୍ ।” “ଦେଖିବା ନାଇଁ । ହଁ କର, ସେ ଇଞ୍ଜିନିୟରିଂ ହିଁ ପଢ଼ିବ ।” ରଜନୀ କହିବା ଆଗରୁ ମୁଁ କହିଲି, “ସେ ଇଞ୍ଜିନିୟରିଂ ନିଶ୍ଚୟ ପଢ଼ିବ । ତମେ ବ୍ୟସ୍ତ ହୁଅନି । ମୁଁ ତାକୁ ମୁମ୍ବାଇ ନେଇଯିବି । ସେଇଠି ପଢ଼ିବ ସେ । “ବାସ୍”, ଚିନ୍ତା ମୁକ୍ତ ହୋଇଗଲା ଭଳି ସେ କହିଲେ, “ଏବେ ରହିଲା ପଦ୍ମା । ତା' ବାହାଘର ବି ଠିକ କରି ଦିଅ ।” “ପଦ୍ମାର?” ମୁଁ ଆଶ୍ଚର୍ଯ୍ୟ ହେଲି, “ପିଲାଟା ସିଏ ।” ବୁଝିଲା ଭଳି ସେ କହିଲେ, “ହଁ, ପିଲାଟା ଯେ । ଲକ୍ଷ୍ମୀ କହୁଛି ତାକୁ ବି ପାଠ ପଢ଼େଇବା । ତାକୁ ପାଠ ପଢ଼େଇ ହେବ? ଝିଅ ପିଲାଟା, କୁଆଡ଼େ ଯିବ, କ'ଣ କରିବ? ଏତେ କଥା ମୁଁ କ'ଣ କରି ପାରିବି?” “ହଁ, କରି ପାରିବ । ସିଏ ଯୁଠେ ପାଠ ପଢ଼ିବ, ତମେ ଯାଇ ସେଇଠି ରହିବ । ହେବନି କାହିଁକି?” ରଜନୀର ଉତ୍ତର ବି ସେ କାଟିଲେନି । ଚିନ୍ତା କଲା ଭଳି ୧୧୮ ।ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୧୯
ଦେଖଣା