Jump to content

ପୃଷ୍ଠା:Shankhanada.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କେଉଁ ଜୀବନ ମୋର?
ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ କନ୍ୟାକୁମାରୀଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧଲକ୍ଷ୍ୟ ସାଧନେ ଆତ୍ମଲୀନ, ଫଳପ୍ରସୂ ଜୀବନ?
କୁଆଡ଼େ ମୋ ଲକ୍ଷ୍ୟ?
ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣଲୋଡ଼ିତ ଅବୋଧ୍ୟ କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଳ୍ପ ପ୍ରତୀକ୍ଷାରେ ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।
ଅଥବା ଶରୀର ଓ ଜୀବନର ନେତୃତ୍ଵ ଭାରରେ, ଆତ୍ମାର ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶ ପୁଞ୍ଜ ଯାତ୍ରୀଙ୍କୁ ରାତ୍ରିକାଳେ ବୋହି ନେଉଥ‌ିବା ଅନିଶ୍ଚିତ ଦୂର ପାହାନ୍ତାର ବିଚାରସୌମ୍ୟ ଦିଗରେ?
ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ !
ଭୂଦେବୀଙ୍କୁ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୂତା, ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର ତପସ୍ବୀ, ମୃତ୍ୟୁ କାଳୀନ ସ୍ଵୀକାରୋକ୍ତି ଆପଣ । ଜୀବନଶକ୍ତିର ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ, ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ ଦ୍ବାରା ଉର୍ଦ୍ଧ୍ୱଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ ନଥାନ୍ତି ।
ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ବର, ସର୍ବବିଷୟୀ ରାଜା,
ଶଙ୍ଖନାଦ। ------------------------------------- ୧୧