ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କହିଲେ, “ହଁ, ସେଇଟା କଲେ ହେବ ।” ସଦାନନ୍ଦ ପାନପତ୍ରରେ ମସଲା ପକାଇଲା ବେଳେ ମୁଁ ଗୁଆ ପକାଇଲା ଭଳି ସହଜ କାମ କରୁଥିଲି । ସେ ରଜନୀକୁ ଚାହିଁଲେ, “ମସଲା କେତେ ଦେବି?” “ଅଳ୍ପ ଦିଅ ।” “ଅଳ୍ପ ଦେଲେ କ'ଣ ଜଣା ପଡ଼ିବ ହେ । ଥରେ ଚାଖ, ଜର୍ଦା ପକେଇଲି ।” ରଜନୀ କହିବା ଆଗରୁ ମୁଁ ତରତରରେ କହି ପକେଇଲି, “ନା ନା, ଥାଉ ।” ମୋର କହିବା ଢଙ୍ଗ ଦେଖ୍ ସେ ହୋ ହୋ ହୋଇ ହସିଲେ । ପାନ ଭାଙ୍ଗି ମୋତେ, ରଜନୀକୁ ବଢ଼େଇ ଦେଲେ । କହିଲେ, “ମୋତେ ଦେଖ, ଦିନକୁ କୋଡିଏଟା ଜର୍ଦା ପାନ ଚୋବଉଛି ।” “ମୁଁ ତ ଆଉ ତମେ ହେଇ ପାରିବିନି ।” “ହଁ, ସେଇଟା ଯାହା କହିଲ, ସତ । ମୁଁ ତମେ ହେଇ ପାରିବିନି । ତମେ ମୁଁ । ଶାସ୍ତ୍ର କହୁଛି; “ବୋହି ଆଣିଛୁ ବିଧିକୁ, ବିଧ୍ରୁ ପାଇବୁ ନିସ୍କୁ । ଗଲାବେଳେ ନେବୁ ବିକୁ, ରଖ୍ ଦେ ଏଇଠି ନିସ୍କୁ ।” ମୁଁ ହସି ଉଠିଲି, “କେଉଁ ଶାସ୍ତ୍ର ଇଏ?” ଶଙ୍ଖନାଦ | ୧୧୯