ଉତ୍ତର ଲକ୍ଷ୍ମୀ ଦେଲା, “ଆଉ କୁଆଡୁ? ଗଞ୍ଜେଇ ଆଡ୍ଡାରୁ ।” ସଦାନନ୍ଦ ହସିଲେ । ଖୋଲା ହସ । ନିଜ ପାନ ପାଟିରେ ପକେଇ କହିଲେ, “ମୋର ସବୁ ହିସାବ ସିଏ ରଖୁଛି ଶେଖର ଭାଇ । ମୋ ଠୁଁ ପାଠୋଇ ତ । ଖାଲି ଭାଇମାନେ । ହଇହେ ଦୁନିଆରେ କିଏ ଏମିତି ଭାଇ ଅଛି କହିଲ, ଭଉଣୀକୁ ଘରକୁ ନ ଡାକି । ପଚାର, ଯଦି ଦଶ ବର୍ଷ ହେଲା କିଏ ଜଣେ ଆସିଛି । ଲକ୍ଷ୍ମୀ ମୁଁ ମିଛ କହିଲି?” “ସେ ଗାଁକୁ ଯାଉ ସଦାନନ୍ଦ, କିଛି ଦିନ ବୁଲି ଚାଲି ଆସିବ ।” “ଗାଁ'କୁ? ତାକୁ ନେବ କିଏ? ଗଲେ ରହିବ କଉଠି? ଶାଶୁ ଥିଲା ଯାଏଁ ସବୁ ଠିକ ଥିଲା । ତାଙ୍କ ପରେ କୋର୍ଟ କଚେରୀରୁ ସେ ଚାରିଜଣଙ୍କୁ ଛାଡ଼ ମିଳିଲେ ତ । ରାତିଦିନ ସମ୍ପତ୍ତି-ବାଡ଼ି ପାଇଁ ଗଣ୍ଡଗୋଳ ।” ଅକସ୍ମାତ ତା' ଚାହାଣୀରେ ଭାବ ପରିବର୍ତ୍ତନ ହେଲା । ଦର୍ପିତ ଚାହାଣୀରେ କରୁଣ ଭାବ ଭାସି ଆସିଲା । କିନ୍ତୁ ମୋ ପ୍ରଶ୍ନରେ ସେ ବିଚଳିତ ହେଲା ଭଳି ମୋତେ ଅନୁଭବ ହେଲାନି । ଧୀରେ କହିଲା, “କେମିତି ଯିବି? ଘରେ କିଏ ଅଛି ଆଉ ରନ୍ଧାବଢା କରିବା ପାଇଁ?” “ଆରେ ବା”, ସଦାନନ୍ଦ ତା କଥା କାଟିଲେ, “ଆମର କିଛି ଅସୁବିଧା ହେବନି । ଆମେ ମା ପୁଅ କେମିତି ହେଲେ ଚଳିଯିବୁ । ହଁ, ପିଲାଙ୍କ ପାଠ କଥା ମୁଁ କହି ପାରିବିନି ।” “ଆଠଟା ଦିନ ରହି ଆସିବୁ । ମୁଁ ଜାଣିଛି, ଏବେ ନ ଗଲେ ତୁ ଆଉ ଯିବୁନି । ତୋ ଶାଶୁଙ୍କୁ କହିଥା’ । ସକାଳୁ ଆମେ ବାହାରିବା ।” ସଦାନନ୍ଦ ଉଠୁ ଉଠୁ କହିଲେ, “ବୋଉ କିଛି କହିବନି, ଶେଖର ୧୨୦ । ଶଙ୍ଖନାଦ
ପୃଷ୍ଠା:Shankhanada.pdf/୧୨୧
ଦେଖଣା