Jump to content

ପୃଷ୍ଠା:Shankhanada.pdf/୧୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ମୁଁ କିଛି ବୁଝି ପାରିଲିନି । ତାକୁ ଚାହିଁଲି । ତା' ଆଖ୍ ଥଳ ଥଳ ଥିଲା । ମୁହଁରେ କରୁଣ ଭାବ ଥିଲା । ମୋର, ଲକ୍ଷ୍ମୀ, ସଦାନନ୍ଦଙ୍କ ବାର୍ତ୍ତାଳାପରେ ସେ ଭାଗ ନେଇ ନଥିଲା । କିନ୍ତୁ ସେ ପ୍ରଭାବିତ ଥିଲା । ମୋର ଚାହାଣୀ ଦେଖ୍ ମୁହଁରେ କ୍ଷୀଣ ହସ ଟାଣି କହିଲା, “ଲକ୍ଷ୍ମୀ ନାନୀକୁ ସାଙ୍ଗରେ ନେବା ପାଇଁ । ଭାଇ, ମୁଁ ବହୁତ ଥର କହିଛୁ । କିଛି ହେଇ ନ ଥିଲା । ମୁଁ ଜାଣିଛି ସେ କେବଳ ତମ ପାଇଁ ହିଁ ରାଜି ହେଲା । ବୋଉ ବଡ଼ ଖୁସି ହେବ ।” ମୁଁ ବି ଜାଣିଥୁଲି, ବୋଉ ଖୁସି ହେବ । ନନାଙ୍କ ମୃତ୍ୟୁର ଦି'ଦିନ ପରେ ଯେତେବେଳେ ମୁଁ ଆସି ପହଞ୍ଚିଥିଲି, ବୋଉର ସଦ୍ୟ ବିଧବା ବେଶ ଦେଖ୍ ମୋ ପାଟିରୁ କଥା ବାହାରି ପାରି ନ ଥିଲା । ଅନେକ ବେଳ ପରେ ବୋଉ ହିଁ କହିଥିଲା, “ନନା ମଲା ପୂର୍ବରୁ ବି କହୁଥିଲେ ଲକ୍ଷ୍ମୀ ଯଦି ଏ ଘରର ବୋହୂ ହେଇଥାନ୍ତା, ତୁ କେବେହେଲେ ଘର ଛାଡ଼ି ଯାଇ ନଥାନ୍ତୁ ।” ବୋଉକୁ ଅନେକ କୈଫିୟତ ଦେଇଥିଲି । ସତ କଥା, ପ୍ରଥମେ ଘରକୁ ନ ଫେରିବା କାରଣ ଲକ୍ଷ୍ମୀ ଥିଲା । କିନ୍ତୁ ତା' ପରେ ପରେ ମୋ ପରିସ୍ଥିତି ବଦଳି ଯାଇଥିଲା । ଓଡ଼ିଆ ଛାଡ଼ି ଇଂରାଜୀରେ ମୁଁ ଲେଖୁବା ଆରମ୍ଭ କରିଥିଲି । ସିନେମା ଜଗତର ଚାକ୍ୟ-ଚମକ, ନାଁ, ପ୍ରସିଦ୍ଧିର ଦ୍ବାରଦେଶରେ ଠିଆ ହୋଇ ମୁଁ ପଛକୁ ଫେରିବାକୁ ଚାହୁଁ ନ ଥିଲି । ଏକ ଭିନ୍ନ ଶେଖର ଜନ୍ମ ହୋଇ ସାରିଥିଲା । ମୁଁ, ବୋଉର ଜଣେ ନିହାତି ସ୍ବାର୍ଥପର ମନ-କୈନ୍ଦ୍ରିକ ଅଯୋଗ୍ୟ ଯାତ୍ରାର ସାଥୀ ଥୁଲି । ଅତି କଠିନ, ଅନ୍ୟମାନଙ୍କ ପାଇଁ ଅବୋଧଗମ୍ୟ । ମୁଁ କାହିଁକି ଏମିତି ଥିଲି, ମୁଁ ନିଜେ ବି ଜାଣି ପାରୁ ନଥୁଲି । ଅଥଚ ମୁମ୍ବାଇରେ ନାୟକ ନାୟିକାଙ୍କ ଚରିତ୍ର ଗୁଡିକୁ ପରିବେଶ ଜନିତ ସମବେଦନାରୁ ମୁକୁଳେଇବା ପାଇଁ ଲେଖକ/ ନିର୍ଦ୍ଦେଶକମାନେ ମୋ ପାଖକୁ ଦୌଡୁଥିଲେ । ୧୨୨ । ଶଙ୍ଖନାଦ