କଠିନ ପରିସ୍ଥିତିମାନଙ୍କ ସଞ୍ଚାଳକ ନିଜେ ଅବସ୍ଥାର କାଳ ଭଉଁରୀ ଭିତରେ ଖେଳୁଥିଲା । ସକାଳୁ ଆମେ ସବୁ ଯିବା ପାଇଁ ବାହାରିଥିଲୁ । କାଲି ରାତିରେ ହିଁ ଭାଇନା ନାନୀ ସହ ଅବନୀ ଓ ପିଲାମାନେ ଆସି ଯାଇଥିଲେ । ବଡିଭୋରରୁ ହିଁ ଆମେ ଯିବାର ଯୋଗାଡ଼ ଯନ୍ତ୍ର ଚାଲିଥିଲା । ଆମେ ଆସିବା ଦିନ ଦି'ଟା ଶଗଡ଼ରେ ଆସିଥିଲୁ । ସେହି ଶଗଡରେ ହିଁ ଯିବାର କାର୍ଯ୍ୟକ୍ରମ ଥିଲା । ଆମ ଗାଁରୁ ଆସିଲେ ଶଗଡ଼ ରାସ୍ତାରେ ଦି ଘଣ୍ଟାରେ ଆମେ ନାନୀ ଘର ଗାଁକୁ ଆସି ଯାଉଥିଲୁ । ପିଚୁ ରାସ୍ତାରେ ଟିକେ ଅଧ୍ଵ ଲାଗୁଥିଲା । ଶଗଡରେ ବସି ଆସିବା ମୋର ହିଁ ଇଛା ଥିଲା । ତାକୁ ସମ୍ମାନ ଦେବା ପାଇଁ ଅବନୀ ଆଗରୁ ଶଗଡ଼ରେ ବାଉଁଶ-ପାତର ପଟିଦିଆ ଛାତ ତିଆରି କରି ତାକୁ ସଜେଇ ବାଜେଇ ରଖୁଥିଲା । ମାଘ ଖରା ତା’ ଜାଡ଼-ବଳ ଦେଖେଇବା ଆରମ୍ଭ କରୁଥିଲା । ଲକ୍ଷ୍ମୀ ପିଲାଙ୍କୁ ଧରି ଆସି ଯାଇଥିଲା । ନାନୀ ଭାଇନା ଶଗଡ଼ ପାଖରେ ଆସି ବଳେଇବା ପାଇଁ ଠିଆ ହୋଇଥିଲେ । କିନ୍ତୁ ସଦାନନ୍ଦଙ୍କ ଦେଖା ନ ଥିଲା । ଲକ୍ଷ୍ମୀ ବାରମ୍ବାର ତାଙ୍କ ଘର ଆଡ଼କୁ ଯିବା ରାସ୍ତାକୁ ଚାହୁଁଥିଲା । ଏକ ଅଜଣା ଆଶଙ୍କାରେ ମୋ ମନ କୁହୁଳି ଉଠୁଥିଲା । ପଚାରିଲି, “ସଦାନନ୍ଦ କୁଆଡ଼େ ଗଲେ?” ସେ ଟିକେ ଧୀର ସ୍ବରରେ କହିଲା, “କେଜାଣି, ସକାଳୁ ଯାଇଛନ୍ତି । କିଛି କହି ନାହାନ୍ତି ।” ଭାଇନା କହିଲେ, “ଆଉ କୁଆଡ଼େ ଯିବ? ଗଞ୍ଜେଇ ପିଢ଼କୁ !” ଲକ୍ଷ୍ମୀ ତାଙ୍କୁ ଟିକେ ଆହତ ଚକ୍ଷୁରେ ଦେଖ୍ କ'ଣ କହିବାକୁ ଯାଉଥିବା ବେଳେ ଦେଖାଗଲା, ସଦାନନ୍ଦ ତରତରରେ ଆମ ଆଡ଼କୁ ଆସୁଛନ୍ତି । ପାଖକୁ ଆସିଲା ପରେ ଦେଖାଗଲା, ତାଙ୍କ ଶଙ୍ଖନାଦ | ୧୨୩
ପୃଷ୍ଠା:Shankhanada.pdf/୧୨୪
ଦେଖଣା