Jump to content

ପୃଷ୍ଠା:Shankhanada.pdf/୧୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ହାତରେ ଗୋଟିଏ ସୁନ୍ଦର ପୁଟୁଳି ଅଛି । ଆସି ଲକ୍ଷ୍ମୀ ହାତକୁ ବଢ଼େଇ ଦେଇ କହିଲା ବେଳେ ତାଙ୍କ ହାତ ଗୋଡ଼ ଥରୁଥିଲା, “ଦେଖେ, ତୋ'ର ଶାଢ଼ୀ । ଯା'କୁ କହିଥିଲି, ସିଏ ଠିକଣା ସମୟରେ ଆଣିଲାନି । କେତେ କାଣ୍ଡ ହେଲା !” ଅଦ୍ଭୁତ ! ନିଶ୍ଚୟ ସେ ବାହାଘର ଆଗ ରାତିର ଘଟଣା ସମ୍ବନ୍ଧରେ କହୁଥିଲେ । ତା'ପରେ ମୋ ଆଡ଼େ ଚାହିଁ ହାତ ଯୋଡ଼ି କହିଲେ, “ଧନ୍ୟବାଦ ଶେଖର ଭାଇ, ଲକ୍ଷ୍ମୀକୁ ଶାଢ଼ୀ ଆଣି ଦେବା ପାଇଁ ।” ସଙ୍ଗେ ସଙ୍ଗେ ମୋ ମନରେ ଲକ୍ଷ୍ମୀର ଶାଢ଼ୀ ନେଲା ବେଳର କଥା ମନେ ପଡ଼ିଥିଲା– “କିନ୍ତୁ ମୁଁ ଯାହା ପାଇଁ ଶାଢ଼ୀ ନେବିନି କହୁଥିଲି, ତମେ ତାହା ବୁଝି ପାରିଲନି ।” ତାଙ୍କ ଥରୁଥ‌ିବା ହାତକୁ ମୁଁ ଧରି ପାଖକୁ ଟାଣି ଆଣି ଭିଡ଼ି ଧରିଲି । ମୋ କାନ୍ଧରେ ଲାଗି ସେ କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । ରାତ୍ରିର ସେହି ଅନ୍ଧକାରର ରାକ୍ଷସର ମନ ଯେ ଏତେ ଦୁର୍ବଳ ମୁଁ କଳ୍ପନା କରି ପାରୁ ନଥୁଲି । ମୋତେ ଛାଡ଼ି ସେ ଆଖ୍ ପୋଛିଲେ । ମୋ କାନ ପାଖରେ ଅତି ଧୀରେ କହିଲେ, “ଦେଖ, ମୁଁ ଆଜି ପିଇନି ।” ସତରେ ସେ ପିଇ ନ ଥିଲେ । ପାଟିରୁ କେବଳ ଜଙ୍ଘା ବାସ୍ନା ଆସୁଥିଲା । ସେଥ‌ିପାଇଁ ତାଙ୍କ ହାତ ଥରୁଥିଲା । କମଳାର ମୁଣ୍ଡ ଆଉଁଷି କହିଲେ, “ମାମୁଁ କିଏ ପଚାରୁଥୁଲୁ ନା? ଦେଖେ ତୋର ତିନି ତିନିଟା ମାମୁଁ ।” ସମ୍ବନ୍ଧ-ସମ୍ପର୍କରେ ଏକ ନୂଆ ସଂଜ୍ଞା ମୋ ସମ୍ମୁଖରେ ଆସି ଠିଆ ହୋଇଥିଲା । ଲକ୍ଷ୍ମୀ ଯାହା କହୁଥିଲା, ତାକୁ ଜୀବନରେ ୧୨୪ |ଶଙ୍ଖନାଦ