Jump to content

ପୃଷ୍ଠା:Shankhanada.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରୟୋଗ କରିଥିଲା । ମୁଁ କିନ୍ତୁ ପାରି ନଥୁଲି । ଦୈହିକ ସମ୍ପର୍କ ଛଡ଼ା ସ୍ତ୍ରୀ ପୁରୁଷ ମଧ୍ୟରେ ଅନେକ ସମ୍ପର୍କର ବୀଜ ପୋତା ଯାଇ ପାରିବ । ମାନବିକ ସମ୍ପର୍କର ସମ୍ବନ୍ଧରେ ଏକ ସଂକୀର୍ଣ୍ଣ ବିଚାରର ଅନ୍ତ ଅବସରରେ ମୁଁ ମୋ ବନ୍ଧୁକୁ ଫେରି ପାଇଥିଲି । ବାସନାସିକ୍ତ ଭାବଧାରା ଭିତରେ ଧୀରେ ଧୀରେ ନୂତନ, ବିସ୍ତାରିତ ପ୍ରେମ ବିଚାରରେ ଅନ୍ତର୍ନିହିତ ଶୃଙ୍ଗାରିକ ଶଙ୍ଖ ନାଦର ଭାବ ତରଙ୍ଗ ପ୍ରତିଧ୍ଵନିତ ହେଉଥିଲା । ତା କୋଳରେ ମୁଁ ଶାନ୍ତ ଥୁଲି । ପ୍ରଶାନ୍ତମୟ ଥ୍ଲି । ଅନେକ ଅର୍ଦ୍ଧ ସତ୍ୟ ବିଚାରର ପଦଚିହ୍ନ ଅନୁଭୂତିର ଓଦା ବାଲି ଉପରେ ସମୁଦ୍ରର ଜୁଆର-ଭଟ୍ଟା ଖେଳରେ ଧୋଇ ହେବାକୁ ଲାଗିଥିଲା । ସମସ୍ତଙ୍କୁ ଛାଡ଼ି ଆମେ ବାହାରିଲୁ । ସଦାନନ୍ଦ ସେମିତି ଠିଆ ହୋଇଥିଲେ । ପଛ ଶଗଡ଼ର ଶଗଡ଼ିଆ ପଛରେ ମୁଁ ବସିଥିଲି । ଲକ୍ଷ୍ମୀ ଆଗ ଶଗଡ଼ର ପଛରେ ଆଣ୍ଠୁ ଉପରେ ମୁଣ୍ଡ ରଖ୍ ତେଣ୍ଡା ଦେଇ ରାସ୍ତାକୁ ଦେଖୁଥିଲା । ତା’ ଆଗରେ ତା' ଝିଅ ପଦ୍ମା, ଲକ୍ଷ୍ମୀକୁ ଜାବୁଡ଼ି ଧରି କମଳା ବସିଥିଲା । ଶଙ୍ଖନାଦ | ୧୨୫