(ଏକ) ସନ୍ଧ୍ୟା ଗଡ଼ି ଯାଇଥିଲା । ମେଘ ମେଦୁର ରାତି ସମୟରେ ରାସ୍ତାର ଗୋଟିଏ ପାଖେ ଠିଆ ହୋଇଥିବା ବିଜୁଳି ଖୁଣ୍ଟରେ ଝୁଲୁଥିବା ଆଲୁଅ ପର୍ଯ୍ୟାପ୍ତ ନ ହେଲେ ବି ଛାତ୍ରାବାସ ଭିତରକୁ ଯିବା ରାସ୍ତା ପରିଷ୍କାର ରୂପେ ଦେଖା ଯାଉଥିଲା । ଅଟକି ଅଟକି ଶୁଭୁଥିବା ଝିଙ୍କ ସ୍ବନ, ବେଙ୍ଗ ରଡ଼ି ଓ ମୋରମ-ମାଟି ଉପରେ ପଡ଼ି ଶୁଣା ଯାଉଥିବା ବର୍ଷା ପାଣିର ବିରତିଶୂନ୍ୟ ଝିପି ଝିପି ସ୍ଵର ମୋ' ମନ ଭିତରେ ଅଦେଖା ଭୟର ଆକାର ତା’ର କାୟା ବିସ୍ତାର କରିବାକୁ ଚେଷ୍ଟା କରୁଥିଲା । ତଥାପି ମନରେ ଦମ୍ଭ ଧରିବାର ଅସଫଳ ପ୍ରୟାସ ମୁଁ କରୁଥୁଲି । ଏଇଠିକୁ ଆସିବା ପୂର୍ବରୁ ପ୍ରଫେସର ମୋତେ ଫୋନ୍ କରି ଡାକିଛନ୍ତି ଶୁଣିବା ମାତ୍ରେ ଅଞ୍ଜଳି କହିଥିଲେ, “ମନୋଜକୁ ଫୋନ୍ କରୁନ । ତିନି ଦିନ ହେଲା ସେ ଫୋନ୍ ବି କରିନି ।” ମନୋଜର ଫୋନ୍ ନ କରିବା ନେଇ ଆମେ କେବେ ବିଶେଷ ଗମ୍ଭୀର ନ ଥିଲୁ । ତା’ର ଫୋନ୍ରେ କିଛି କଥା ହେବା ପାଇଁ ଇଛା ଥିଲେ ହିଁ ସେ କରୁଥିଲା । ନଚେତ୍ ଆମେ ଫୋନ୍ କଲେ ସେ ବିରକ୍ତ ହେଉଥିଲା । ସେଥ୍ ନିମନ୍ତେ ତା'ର ତିନିଦିନ ଧରି ଫୋନ୍ ନ କରିବା ଆମ ପକ୍ଷେ ଏକ ସାଧାରଣ କଥା ଥିଲା । ମନୋଜର ପଢ଼ାପଢ଼ି, ବ୍ୟବହାର ସମ୍ପର୍କରେ କିଛି ପ୍ରତିକୂଳ ଆକ୍ଷେପ ଶୁଣିବା ଆଶା, ଆଶଙ୍କାରେ ମୁଁ ଥିଲି । ମନା କରିଥିଲି, “ଯେତେବେଳେ ପ୍ରଫେସର ନିଜେ ଡାକିଛନ୍ତି, ତାଙ୍କ ସହ କଥା ହେଲା ପରେ ହିଁ ମନୋଜ ସହ ମୁଁ କଥା ହେବି । ସେ ଫୋନ୍ ଶଙ୍ଖନାଦ | ୧୨୭
ପୃଷ୍ଠା:Shankhanada.pdf/୧୨୮
ଦେଖଣା