କଲେ ମଧ୍ୟ ଏ ବିଷୟରେ ତା' ସହ କଥା ହେବନି, କିମ୍ବା ମୁଁ ଯିବା ବିଷୟ ମଧ୍ଯ କହିବନି ।”
ସଙ୍ଗେ ସଙ୍ଗେ ମୁଁ ପରବର୍ତ୍ତୀ ଟ୍ରେନ୍ରେ ବାହାରି ପଡ଼ିଥିଲି ।
ବାହାରେ ଝିପ୍ ଝିପ୍ ବର୍ଷୁଥିବା ମେଘର କୁହୁଡ଼ିଭରା ପରିବେଶକୁ ଭେଦି ମୋ ଟାକ୍ସି କଲେଜ ଛାତ୍ରାବାସ ସମ୍ମୁଖରେ ଅଟକିଲା । ଛତା ଧରି ଓହ୍ଲାଉ ଓହ୍ଲାଉ ଡ୍ରାଇଭରକୁ କହିଲି, “ମୋତେ ଏଇଠି ଅପେକ୍ଷା କର । ପୁଣି ମୋତେ ମୋ' ହୋଟେଲରେ ଛାଡ଼ିଦେବ ।”
ଉତ୍ତରକୁ ଅପେକ୍ଷା ନ କରି ମୁଣ୍ଡରେ ଛତା ଧରି ନିଃଶବ୍ଦରେ ଛାତ୍ରାବାସ ବାରଣ୍ଡା ସାମନାରେ ଜମି ଯାଇଥିବା ସୂତାଏ ସୂତାଏ ପାଣିରେ ଧୀର ପଦକ୍ଷେପରେ ପାହାଚ ଉପରକୁ ଉଠିଲି । ବାରଣ୍ଡା ପରେ ପରେ ଦୁଇ ପାଖ ଯାକ ଲମ୍ବା ଗଳି । ଗଳି ଦୁଇ ପାଖେ ଛାତ୍ରମାନଙ୍କ କୋଠରୀ ରହିଛି । ଆଗରେ ସିଢ଼ି ଉପରକୁ ଯାଇଛି । ମନୋଜର କୋଠରୀ ଉପରେ ଅଛି ।
ସିଢ଼ି ପାଖରେ ସୁଉଚ୍ଚ, ଓସାରିଆ ଦ୍ବାର । ପ୍ରବେଶ ଦ୍ବାର ଉପରେ ଲେଖା ଯାଇଛି- କେଣ୍ଟିନ । କେଣ୍ଟିନକୁ ଯିବା ରାସ୍ତାର ବାମ ପାଖେ ଉପରକୁ ଉଠିଥିବା ଓସାରିଆ ସିଡ଼ି, ଡାହାଣ ପାଖେ ତାକୁ ଲାଗି ଯେଉଁ କୋଠରୀଟି ଦେଖା ଯାଉଥିଲା ଏବଂ ଯାହାର ଦ୍ବାରରେ ପରଦା ଝୁଲୁଥିଲା ।
ଆଗନ୍ତୁକ ଦେଖିଲା ଭଳି ଦ୍ବାର ଉପରେ ଫଳକ ଟଙ୍ଗା ଯାଇଥିଲା - ହଷ୍ଟେଲ ସୁପରିଟେଣ୍ଡେଣ୍ଟ ।
ସେହି କୋଠରୀ ଦିଗକୁ ମୁଁ ମୁହାଁଇଲି । ବାରଣ୍ଡା ଓ ସିଢ଼ି ପାଖରେ ଅପେକ୍ଷାକୃତ ଭଲ ଆଲୁଅର ବ୍ୟବସ୍ଥା ଥିଲା ।
“ଆଜ୍ଞା !” ଜଣେ କେହି ମୋତେ ଡାକୁଥିଲେ । ମୋ ପାଦ୧୨୮ । ଶଙ୍ଖନାଦ